fbpx

ରାଜ୍ୟରେ ଆରମ୍ଭ ହେବ ନୂଆ ବସ୍ ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’: କ୍ୟାବିନେଟରେ ୧୯ଟି ପ୍ରସ୍ତାବକୁ ମଞ୍ଜୁରୀ

Advertisement

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହେବ ନୂଆ ଯୋଜନା । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟରେ ନୂଆ ବସ୍ ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ରାଜ୍ୟ କ୍ୟାବିନେଟ ସଭାପତି ମୋହର ଲଗାଇ ଏହାକୁ ଗ୍ରୀନ ସିଗନାଲ ଦେଇଛନ୍ତି । ତେବେ ଆଜିର ରାଜ୍ୟ କ୍ୟାବିନେଟରେ ମୋଟ ୧୯ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହି ବୈଠକରେ ରାଜ୍ୟବାସୀଙ୍କ ପାଇଁ ମୋଟ ୧୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ସରକାର । ବିଶେଷ କରି ରାଜ୍ୟ ରାଜଧାନୀରୁ ବିଭିନ୍ନ ପଞ୍ଚାୟତକୁ ସହଜରେ ଗମନାଗମନ ପାଇଁ ସରକାର ନୂଆ ବସ୍ ଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ରାଜଦାନୀ ଏବଂ ପଞ୍ଚାୟତକୁ ବସ୍ ସେବା ଯୋଗାଇ ଦେବା ପାଇଁ ‘ଲକ୍ଷ୍ମୀ’ ଯୋଜନାକୁ ଆଜିର ବୈଠକରେ ସବୁଜ ସଂକେତ ପ୍ରଦାନ କରାଯାଇଛି । ଏହାବ୍ୟତୀତ ସିଲିକନ୍ ଓ ନିଷ୍ଟକୁ ୟୁନିଟାରୀ ୟୁନିଭର୍ସିଟି କରିବାକୁ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.