fbpx

କରୋନା ଭାଙ୍ଗିଲା ସମସ୍ତ ରେକର୍ଡ: ଗୋଟିଏ ଦିନରେ ୩୨ ହଜାର ପଜିଟିଭ୍, ୬୦୬ ଲୋକଙ୍କ ମୃତ୍ୟୁ

ଦେଶରେ କରୋନା ମାମଲା ଅଧିକ ତୀବ୍ର ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମସ୍ତ ରେକର୍ଡ ଭାଙ୍ଗି ୩୨ ହଜାର ୬୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୬୦୬ ଜଣ ଲୋକଙ୍କର ପ୍ରାଣ ନେଇଛି କରୋନା ମହାମାରୀ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୮ ହଜାର ୮୭୬କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୪ ହଜାର ୯୧୫ ଜଣଙ୍କର ମୃତ୍ୟୁ ଘଟିସାରିଛି ।

ଏହାରି ମଧ୍ୟରେ ୬ ଲକ୍ଷ ୧୨ ହଜାର ୮୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଲକ୍ଷ ୩୧ ହଜାର ୧୪୬ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.