fbpx

ନୂଆ Election, ପୁରୁଣା Formula: ବାଜି ମାରିନେଲା BJP, ଜିତିବା ଭୋଟ ହାରିଲା କଂଗ୍ରେସ, କାହିଁକି?

ଓଡ଼ିଶା ଭାସ୍କର: ହରିୟାଣାର ନିର୍ବାଚନ ଫଳାଫଳ ବର୍ତ୍ତମାନ ପ୍ରକାଶ ପାଇଛି । ଏଠାରେ ଭାରତୀୟ ଜନତା ପାର୍ଟି ବିଜୟରା ଏକ ହ୍ୟାଟ୍ରିକ ହାସଲ କରିଛି । ଚଳିତବର୍ଷର ଜନମତ ରାଜନୀତି ଜଗତରେ ଐତିହାସିକ ପାଲଟିଛି । ଚଳିତ ଥରର ଭୋଟର ଏଗଜିଟ ପୋଲ୍ କୁ ମଧ୍ୟ ଭୁଲ ବୋଲି ପ୍ରମାଣ କରି ନୂଆ ରେକର୍ଡ ସୃଷ୍ଟି କରିଛି । ତେବେ ବିଜେପି ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଏହି ଫଳାଫଳ ସମ୍ପୂର୍ଣ୍ଣ ରାଜନୀତି ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସର ବିଶାଳ ବିଜୟ ଦେଖାଇଥିବା ଏଗଜିଟ ପୋଲ୍ ବିଜେପି ଏଥିରେ ବାଜି ମାରି ନେଇଛି । ତେବେ ହରିୟାଣାରେ ବିଜେପି ବିଜୟର ଜନନାୟକ ପାଲଟିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଶାହଙ୍କ ଏକ ପୁରୁଣା ଫର୍ମୁଲା ବିଜେପିକୁ ଏହି ବିଶାଳ ବିଜୟ ଭେଟି ଦେଇଥିବା କୁହାଯାଉଛି ।

ଗତ ୧୦ ବର୍ଷରୁ ହରିୟାଣାରେ ସତ୍ତାରେ ରହିଛି ଭାରତୀୟ ଜନତା ପାର୍ଟି । ଆଣ୍ଟି ଇକମ୍ବେନ୍ସି ସମେତ ଅନେକ ପ୍ରସଙ୍ଗ ବିଜେପି ପାଇଁ ବିଜୟରେ କଣ୍ଟା ପାଲଟିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ଏସବୁ ଶଙ୍କା-ଆଶଙ୍କାକୁ ପଛରେ ପକାଇ ଖୁବ ଆଗକୁ ଆସିଛି ପାର୍ଟି । ୭ ମାସ ପୂର୍ବରୁ ବିଜେପିର ଏକ ପ୍ଲାନ୍ ଏହି ନିର୍ବାଚନରେ କଂଗ୍ରେସକୁ ଚିତପଟାଙ୍ଗ ହେବାକୁ ବାଧ୍ୟ କରିଛି । ହରିୟାଣା ବିଧାନସଭା ନିର୍ବାଚନର ୭ ମାସ ପୂର୍ବରୁ ଅଚାନକ ଏକ ବଡ଼ ପଦକ୍ଷେପ ନେଇଥିଲା ବିଜେପି । ଅଚାନକ ବିଜେପି ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ପଦରୁ ହଟାଇ ଦେଇଥିଲା । ୨୦୧୯ରେ ବିଜେପି ବିଜୟ ହାସଲ କରିଥିଲେ ମଧ୍ୟ ଦଳ ବହୁମତ ପାଇବାରେ ଫେଲ ହୋଇଥିଲା । ଫଳରେ ଜେଜେପି ସହ ମେଣ୍ଟ କରି ଦଳ ସରକାର ଗଠନ କରିଥିଲା ।

୨୦୨୪ ମହା ନିର୍ବାଚନରେ ଏଭଳି ରିସ୍କ ନେବାକୁ ଚାହୁଁନଥିଲା ଭାରତୀୟ ଜନତା ପାର୍ଟି । ତେଣୁ ନିର୍ବାଚନର ୭ ମାସ ପରେ କଟ୍ଟରଙ୍କୁ ପଦରୁ ହଟାଇ ତାଙ୍କ ସ୍‌ଥାନରେ ନାୟବ ସିଂହ ସୈନୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲା ବିଜେପି । ସୈନୀଙ୍‌କ ନେତୃତ୍ୱରେ ବିଜେପି ହରିୟାଣା ବିଧାନସଭା ନିର୍ବାଚନ ଲଢିବା ସହ ଜନତାଙ୍କ ଭରସା ଜିତିବାରେ ସଫଳ ହୋଇଛନ୍ତି । ପୂର୍ଣ୍ଣ ବହୁମତ ହାସଲ କରି ଦଳ ସରକାର ଗଠନ କରିବା ପାଇଁ ପ୍ରସ୍ତୁତି ହେଉଛି ।

ତେବେ ଅମିତ ଶାହଙ୍କ ଏହି ଫର୍ମୁଲା କେବଳ ହରିୟାଣା ନୁହେଁ, ମୋଟ ୪ ଟି ରାଜ୍ୟରେ ଏହା ବ୍ରହ୍ମାସ୍ତ୍ର ଭାବରେ କାମ କରିଛି । ନ୍ରୂଆ ଚେହେରା ସହ ନିର୍ବାଚନ ଲଢିବା ବିଜେପି ଏକ ସିକ୍ରେଟ ଫର୍ମୁଲା, ଯାହା ବାରମ୍ବାର ସଫଳ ହେଉଥିବା ମଧ୍ୟ ଦେଖାଯାଇଛି । ଉତ୍ତରାଖଣ୍ଡ, ତ୍ରିପୁରା ଏବଂ ଗୁଜରାଟ ସମେତ ବିଭିନ୍ନ ରାଜ୍ୟରେ ଏହି ଫର୍ମୁଲା ସହ ସରକାର ଗଠନ କରିବାରେ ବିଜେପି ଖୁବ ସପଳତା ହାସଲ କରିଛି ।

Get real time updates directly on you device, subscribe now.