fbpx

ପରିଚାଳନା କମିଟି ବୈଠକରେ ବଡ଼ ନିଷ୍ପତ୍ତି: ଶ୍ରୀମନ୍ଦିର ପକ୍ଷରୁ ଆରମ୍ଭ ହେବ ନିଜସ୍ୱ FM ଚ୍ୟାନେଲ, ମହାପ୍ରଭୁଙ୍କ ଜମି ରେକର୍ଡର ଡିଜିଟାଇଜେସନ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏକ ବଡ଼ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପକ୍ଷରୁ ନିଜସ୍ୱ ଏଫଏମ ରେଡିଓ ଚ୍ୟାନେଲ ଆରମ୍ଭ ହେବ । ଏ ବାବଦରେ ବିସ୍ତୃତ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ । ଓରସାକ ସହାୟତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ଜମି ରେକର୍ଡର ଡିଜିଟାଇଜେସନ କରାଯିବ । ଏଥିସହିତ ଶ୍ରୀମନ୍ଦିର ନାଟ ମଣ୍ଡପରେ ଏୟାର କଣ୍ଡିସନ ବ୍ୟବସ୍ଥା କରଯିବ । ଭକ୍ତଙ୍କ ସହଜ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରଯିବା ସହ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ଧାଡ଼ି କରାଯିବ । ସେବାୟତଙ୍କ ସହ ଆଲୋଚନା କରାଯାଇ ନାଟ ମଣ୍ଡପରେ ଥିବା ଆଲମିରା କଢ଼ାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ବାବଦରେ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ପରିଚାଳନା ପାଇଁ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୧୦୩ କୋଟି ଟଙ୍କାର ବଳକା ବଜେଟ୍ ନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଡ଼ପ ମଣ୍ଡପ ବିଜେ ଅଘଟଣାର ସମୀକ୍ଷା ପୁଣି ଥରେ କରାଯିବ । ଆଡ଼ପ ପହଣ୍ଡି ଅଘଟଣ ରିପୋର୍ଟ ଅସଂପୂର୍ଣ୍ଣ ରହିଥିବା ପରିଚାଳନା କମିଟି ତରଫରୁ କୁହାଯାଇଛି ।

Get real time updates directly on you device, subscribe now.