fbpx

ବଦଳିଲେ ରାଜ୍ୟପାଳ, ମିଳିଲା ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ,ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ:ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ତେବେ ଏହି ରାଜ୍ୟ ମଧ୍ୟରେ ସିକିମ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶ, ଝାଡଖଣ୍ଡ, ଆସାମ ଏବଂ ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ଲଦାଖ,ମେଘାଳୟ, ବିହାର ରହିଛି ।

ସୂଚନାମୁତାବକ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ ମିଳିଛି। ସେହିପରି ରାଷ୍ଟ୍ରପତି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ଇସ୍ତଫା ଗ୍ରହଣ କରିଛନ୍ତି, ରମେଶ ବାଇସଙ୍କୁ ନୂତନ ରାଜ୍ୟପାଳ ଭାବରେ ନିଯୁକ୍ତ ମିଳିଛି ।

ସେହିପରି ଲଦାଖ ଏଲଜି ଆର କେ ମଥୁରଙ୍କ ଇସ୍ତଫା ଗ୍ରହଣ କରାଯାଇଛି, ତାଙ୍କ ସ୍ଥାନରେ ବ୍ରିଗ ବି ଡି ମିଶ୍ର ନିଯୁକ୍ତ ହେଇଛନ୍ତି । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ।

ସେହିଭଳି ଵିହାର ର ରାଜ୍ୟପାଳ ପଘୁ ଚୌହାନ ଙ୍କୁ ମେଘାଳୟ ରାଜ୍ୟପାଳ ଵାହବେ ନିଯୁକ୍ତି ମିଳିଛି । ହିମାଚଳ ପ୍ରଦେଶର ରାଜ୍ୟପାଳଙ୍କୁ ରାଜେନ୍ଦ୍ର ବିଶ୍ୱନାଥ ଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ।ବିଜେପିର ଲକ୍ଷ୍ମଣ ଆଚାର୍ଯ୍ୟ, ଶିବ ପ୍ରତାପ ଶୁକ୍ଲା, ସି ପି ରାଧାକ୍ରିଷ୍ଣନ୍ ଯଥାକ୍ରମେ ସିକ୍କିମ୍, ହିମାଚଳ, ଝାଡଖଣ୍ଡର ରାଜ୍ୟପାଳ ନିଯୁକ୍ତି ମିଳିଛି।

Get real time updates directly on you device, subscribe now.