fbpx

ଜାଣନ୍ତୁ ଘରେ କେମିତି କରିବେ କରୋନା ରୋଗୀଙ୍କ ଚିକିତ୍ସା !

ନୂଆଦିଲ୍ଲୀ ୩୦ ।୪ (ଓଡ଼ିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସଂକ୍ରମଣ ବଢୁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନାର ସାମାନ୍ୟ ବା ଲକ୍ଷଣ ନଥିବା ରୋଗୀ ଘରେ କିପରି ସଙ୍ଗରୋଧ ରହି ନିଜର ଚିକିତ୍ସା କରିପାରିବେ ଏନେଇ କେତେକ ନିୟମ ବିଷୟରେ ସୂଚନା ଦେଇଛନ୍ତି । ଏହାସହ ଛୋଟ ଛୋଟ ପିଲାମାନଙ୍କ ପାଇଁ ମଧ୍ୟ କେତେକ ଗାଇଡଲାଇନ୍ ସମ୍ବନ୍ଧରେ କହିଛନ୍ତି ।

ଘରେ ଆଇସୋଲେସନରେ କେମିତି ଚିକିତ୍ସିତ ହେବେ:
ଗାଇଡିଲାଇନ୍ ଅନୁସାରେ କରୋନା ରୋଗୀ ସବୁବେଳେ ଡାକ୍ତରଙ୍କ ସମ୍ପର୍କରେ ରହିବା ସହିତ ତାଙ୍କ ପରାମର୍ଶ ନେବା ଦରକାର । ସ୍ୱାସ୍ଥ୍ୟବସ୍ଥାରେ ଅଧିକ ଖରାପ ଦେଖା ଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ସୂଚନା ଦେବେ । କରୋନା ସହିତ ଯଦି ଅନ୍ୟ କିଛି ରୋଗ ଥାଏ ତେବେ ଡାକ୍ତରଙ୍କ ପରାମର୍ଶ ସହ ସେହି ରୋଗର ଔଷଧ ମଧ୍ୟ ଖାଇବା ଦରକାର । କରୋନାର ଲକ୍ଷଣ ଦେଖା ଦେବା କ୍ଷଣି ତୁରନ୍ତ ଚିକିତ୍ସା ଆରମ୍ଭ କରିଦେବା ଉଚିତ୍ । ରୋଗୀ ଗରମ ପାଣରେ କୁଳି କରିବେ ଏବଂ ଦିନରେ ଦୁଇ ଥର ବାମ୍ପ ନେବା ପାଇଁ ପରାମର୍ଶ ଦିଆଯାଇଛି ।

 

ଜ୍ୱର ନିୟନ୍ତ୍ରଣ ନ ହେଲେ କଣ କରିବେ:
ଦିନରେ ୪ ଥର paracetamol ନେବା ପରେ ମଧ୍ୟ ଜର କମୁ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍ ।

ରେମଡେସିଭର ମେଡିସିନ୍ କେମିତି ନେବେ:
କରୋନା ଗାଇଡଲାଇନ୍ ଅନୁସାରେ ରୋଗୀ ରେମଡେସିଭର ମେଡିସିନ୍ ଘରେ ନେବା ଉଚିତ ନୁହେଁ । ଏହି ମେଡିସିନ୍ କେବଳ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଆଯିବା ଉଚିତ୍ । ଯଦି ଶରୀରରେ ଅକ୍ସିଜେନର ମାତ୍ର କମିଯାଏ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ ତେବେ ହସ୍ପିଟାଲରେ ଭର୍ତ୍ତି ହେବା ସହିତ ଡାକ୍ତରଙ୍କ ପରାମର୍ଶ ମଧ୍ୟ ଗ୍ରହଣ କରିବା ଉଚିତ୍ ।

 

ପିଲାମାନଙ୍କ ଲାଗି କଣ ରହିଛି କରୋନା ପ୍ରୋଟକଲ୍:
ପିଲାମାନଙ୍କ ପାଇଁ ପ୍ରଥମେ ସତର୍କ ରହିବା ଆବଶ୍ୟକ । ଯଦି କରୋନା ସଂକ୍ରମଣ ଦେଖା ଦିଏ ତେବେ ଲକ୍ଷଣ ହିସାବରେ ଚିକିତ୍ସା କରାଯିବା ଉଚିତ୍ । କରୋନାର ସାମାନ୍ୟ ଲକ୍ଷଣ ଦେଖାଗଲେ ଏଣ୍ଟିବାୟୋଟିକ୍ ନ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ କରୋନାରେ ମଧ୍ୟମ ଧରଣର ଲକ୍ଷଣ ଦେଖା ଦେଲେ ପିଲାମାନଙ୍କୁ ନିମୁନିୟା ବି ହୋଇପାରେ । ଏମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରିବ ।

 

କରୋନାର ଗଭୀର ଲକ୍ଷଣ ଦେଖାଗଲେ କଣ କରିବେ:
ଯେଉଁ ପିଲାମାନଙ୍କର ଅକ୍ସିଜେନ୍ ସ୍ତର ୯୦ ପ୍ରତିଶତରୁ କମ୍ ହୋଇ ଯାଇଥିବ ତାଙ୍କ ଠାରେ କରୋନାର ଗଭୀର ଲକ୍ଷଣ ଦେଖା ଯାଇଥାଏ । ଗାଇଡଲାଇନ୍ ଅନୁସାରେ ପିଲାମାନଙ୍କର ପୁରା ରକ୍ତ ପରୀକ୍ଷା କରିବା ଦରକାର ।ଏହାସହ ଲିବର ଏବଂ କିଡିନର ପରୀକ୍ଷା କରାଯିବା ସହ ଛାତିର  x-ray ମଧ୍ୟ କରିବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.