ନୂଆଦିଲ୍ଲୀ: ଗୁୁରୁବାର ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ(ICC)ର ନୂତନ ଚେୟାରମ୍ୟାନ୍ ସମସ୍ତ ବୋର୍ଡ଼ ସହ ଏକ ଆଭାସୀ ବୈଠକ କରିବେ । ଏହି ବୈଠକରେ ଚମ୍ପିଆନ୍ସ ଟ୍ରଫି ୨୦୨୫ ପ୍ରସଙ୍ଗକୁ ନେଇ ଆଲୋଚନା ହେବା ନେଇ କିଛି ସ୍ପଷ୍ଟ ହୋଇନାହିଁ ।
କହିରଖୁଛୁ ଡିସେମ୍ବର ୧ ତାରିଖ ଦିନ ଜୟ ଶାହ ICCର ନୂତନ ଚେୟାରମ୍ୟାନ୍ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଯୁବ ଚେୟାରମ୍ୟାନ୍ ହେଉଛନ୍ତି ଜୟ ଶାହ । ଏହା ପୂର୍ବରୁ ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼(BCCI)ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ବାସ୍ତବରେ ତାଙ୍କ ଜଏନିଂ ଦିନ ଆଇସିସି ମୁଖ୍ୟାଳୟ ବନ୍ଦ ଥିଲା ଯଦ୍ୱାରା ସେ ଅନ୍ୟ ବୋର୍ଡ଼ ସହ କଥାବାର୍ତ୍ତା କରିପାରିନଥିଲେ । ତେଣୁ ନୂତନ ଚେୟାରମ୍ୟାନ୍ ଭାବରେ ତାଙ୍କ ପାଇଁ ଏକ ପରିଚୟ ବୈଠକ ହେବ ।