fbpx

BBSR Youth BJDର ନୂଆ ସଦସ୍ୟଙ୍କୁ ନିଯୁକ୍ତି: ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ, ମିଡ଼ିଆ ସଂଯୋଜକଙ୍କୁ ମିଳିଲା ଦାୟିତ୍ୱ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଯୁବ ବିଜେଡି ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ନେତାଙ୍କ ନାମ ଘୋଷଣା କରାଯାଇଛି । ୧୯ ଜଣ ଉପସଭାପତି, ୩୫ ଜଣ ସମ୍ପାଦକ, ୨୪ ଜଣ ସାଧାରଣ ସମ୍ପାଦକ, ୨୪ ଜଣ ଯୁଗ୍ମ ସମ୍ପାଦକ, ଜଣେ ମିଡ଼ିଆ ସଂଯୋଜକ ଓ ଆଇଟି ସମ୍ପାଦକ ଦାୟତ୍ୱ ନେଇଛନ୍ତି ।

ସଦଳର ଉପସଭାପତି ଭାବେ ସଞ୍ଜିତ ସେନାପତିଙ୍କ ସହ ସମୀର ବେହେରା, ନଳିନୀକାନ୍ତ ପଣ୍ଡା, ସୁଶୀଲ କୁମାର ବିଶ୍ୱାର,, ରୋହିତ କୁମାର ପାତ୍ର, ଶତ୍ରୁଘ୍ନ ନାୟକ, ଦିବ୍ୟ ରଞ୍ଜନ ବେହେରା, ମନୋରଞ୍ଜନ ଦାସ, ମାଧବ ରାଉତ, ବିପ୍ଲବ ବେହେରା, ନିହାରକାନ୍ତ ପଢ଼ିଆରୀ, କାଳୀ ସିଂ, କରୁଣାକର ରାଉତ, ଦିଲ୍ଲୀପ ନାୟକ, ବିଘ୍ନରାଜ ମହାରଣା, ଶୈଳେନ୍ଦ୍ର ଜେନା, ଅରୁଣ ମହାନ୍ତି, ଜୀବାନନ୍ଦ ପଣ୍ଡା, ପଲ୍ଲବ କୁମାର ଦାସ ପ୍ରମୁଖ ନିଯୁକ୍ତି ପାଇଛନ୍ତି ।

ସେହିପରି ସାଧାରଣ ସମ୍ପାଦକ ଭାବେ ଗଣେଶ ସାହୁ, ଭବାନି ଶଙ୍କର ପାରିରେ, ପ୍ରଳୟ ପଟ୍ଟନାୟକ, ରଶ୍ମି ରଞ୍ଜନ ପଣ୍ଡା, ଶ୍ରୀତମ ପଟ୍ଟନାୟକ, ବିଜୟ ବାରିକ, ପୃଥ୍ୱୀରାଜ ଜେନା, ଅରୁଣ ପଟ୍ଟନାୟକ, ବିଜୟ ଗୋଛାୟତ, ପ୍ରକାଶ କୁମାର ସୁନ୍ଦର, ଗଗନ ପଣ୍ଡା, ରଶ୍ମୀ ରଞ୍ଜନ ପ୍ରଧାନ, ଅରୁଣ କୁମାର ରାଉତ, ବିଚିତ୍ରାନନ୍ଦ ସୁତାର, ମନ୍ମଥ ପଟ୍ଟନାୟକ, ରଞ୍ଜିତ କୁମାର ଦାସ, ଅକ୍ଷୟ କୁମାର ସାହୁ, ଆଲୋକ ଛୋଟରାୟ, ଯୁଗଳ କିଶୋର, ଜି.ରୁଦ୍ରାୟା, ପ୍ରଭାତ କୁମାର ମହାନ୍ତି, ଟୁକୁନା ଗୁପ୍ତା, ସତ୍ୟବ୍ରତ ଜେନା ପ୍ରମୁଖ କର୍ମକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.