fbpx
BJD SKY
BJD SKY

ସମ୍ଭାବ୍ୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍: ଆସନ୍ତାକାଲି ନେବେ ଶପଥ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଚର୍ଚ୍ଚା ହେଉଛି । ନୂଆ ମନ୍ତ୍ରିମଣ୍ଡଳରେ କେଉଁ ବିଧାୟକଙ୍କୁ ସ୍ଥାନ ମିଳିବ ସେନେଇ କଳ୍ପନାଜଳ୍ପନା ଜୋରଧରିଛି । ଏହାରି ମଧ୍ୟରେ ନୂଆ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ୍ ଯାଉଥିବା କୁହାଯାଉଛି । ଏନେଇ ଅଫିସିଆଲ ଭାବରେ ଘୋଷଣା କରାଯାଇନାହିଁ, କେଉଁ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିବ ତାହା ବିଭିନ୍ନ ତଥ୍ୟ ଆଧାରରେ ଅନୁମାନ କରାଯାଉଛି ।

ସମ୍ଭାବ୍ୟ ତାଲିକାରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଆଳି ବିଧାୟକ ପ୍ରତାପ ଦେବ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଧାୟକ ନବ ଦାସ, ସମୀର ଦାସ, ବିଧାୟକ ଶ୍ରୀକାନ୍ତ ସାହୁ, ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ପ୍ରୀତିରଞ୍ଜନ ଘଡ଼େଇ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରଦୀପ ଅମାତ, ରୀତା ସାହୁ ରହିଛନ୍ତି । ଏହି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି ଏବଂ ଏହି ବିଧାୟକମାନେ ଆସନ୍ତାକାଲି ମନ୍ତ୍ରୀପଦ ପାଇଁ ଶପଥ ନେବେ ।

ସୂଚନାଯୋଗ୍ୟ, ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ କେନ୍ଦ୍ରାପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ମୟୂରଭଞ୍ଜରୁ ବାସନ୍ତୀ ହେମ୍ବ୍ରମ୍, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ଗଞ୍ଜାମରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର , ଯାଜପୁରରୁ ପ୍ରୀତିରଞ୍ଜନ ଘଡ଼େଇ, ସମ୍ବଲପୁରରୁ ରୋହିତ ପୂଜାରୀ, ପୁରୀରୁ ରୁଦ୍ର ମହାରଥୀ, ନବରଙ୍ଗପୁରରରୁ ମନୋହର ରାନ୍ଧାରୀ, ଭଦ୍ରକରୁ ବ୍ୟୋମକେଶ ରାୟଙ୍କ ନାମ ରହିଥିଲା, ଏହି ବିଧାୟକମାନଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ହେଉଥିଲା ।

Get real time updates directly on you device, subscribe now.