fbpx

ପୁଣି ଜନତାଙ୍କୁ ଲାଗିବ RBI ଝଟକା! ଆସନ୍ତା ସପ୍ତାହରେ ବୃଦ୍ଧି ହେବ ସୁଧ ହାର, ମହଙ୍ଗା ହୋଇଯିବ ଆପଣଙ୍କର Loanର EMI

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ କେବଳ ମହଙ୍ଗା ସିଜିନ୍ ଚାଲିଛି । ପନିପରିବା, ତେଲ, ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ବ୍ୟାଙ୍କ ଲୋନ୍ ଇଏମଆଇ ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା । ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ନେଇ ନୂଆ ରିପୋର୍ଟ ଆସିଛି । ଦେଶରେ ଚାଲିଥିବା ମହଙ୍ଗା ସ୍ତରକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଯଥାସାଧ୍ୟ ପ୍ରସାସ ଜାରି ରଖିଛନ୍ତି ।

ତେବେ ଏହା ମଧ୍ୟରେ ଆସନ୍ତା ସପ୍ତାହରେ ଆରବିଆଇର ମୁଦ୍ରା ନୀତି ସମିତି (ଏମପିସି) ବୈଠକ ବସିବାକୁ ଯାଉଛି । ଉକ୍ତ ବୈଠକରେ ମହଙ୍ଗାକୁ ନେଇ ନିଷ୍ପତ୍ତି ନିଆଯାଇପାରେ । ଆରବିଆଇ ପୁଣି ଥରେ ସୁଧ ହାରରେ ବୃଦ୍ଧି କରିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି । ଆସନ୍ତା ୬ରୁ ୯ ତାରିଖ ମଧ୍ୟରେ ଏମପିସି ବୈଠକ ବସିବ । ଗତ ଏପ୍ରିଲରେ ହୋଇଥିବା ଏମସିପି ବୈଠକରେ ରେପୋ ରେଟ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନଥିଲା ।

ତେବେ ଗତ ମେ ମାସ ପ୍ରାରମ୍ଭରେ ଆରବିଆଇ ଏମପିସିର ଜରୁରୀକାଳୀନ ବୈଠକ ଡକାଇ ସୁଧ ହାର ୦.୪୦ ପ୍ରତିଶତ ବୃଦ୍ଧି କରିଥିଲା । ତେବେ ଏଥର ମଧ୍ୟ ଆରବିଆଇ ପୂର୍ବ ଭଳି ୦.୪୦ ପ୍ରତିଶତ ବୃଦ୍ଧି କରିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଆଗାମୀ ମାସମାନଙ୍କରେ ଆରବିଆଇ ସୁଧ ହାର ୦.୩୫%ରୁ ୦.୫୦ ପ୍ରତିଶତ ବୃଦ୍ଧି କରିପାରେ । ଏହାଫଳରେ ସାଧାରଣ ଲୋକଙ୍କୁ ଲୋନର ଇଏମଆଇ ବୋଝ ପୁଣି କନ୍ଦାଇବାର ସମ୍ଭାବନା ସୃଷ୍ଟି ହେବ ।

Get real time updates directly on you device, subscribe now.