fbpx

ଇ-ମେଲ୍ ମାଧ୍ୟମରେ ଲୁଟି ନେଲେ ୨୨ ଲକ୍ଷ, ଆପଣ କରନ୍ତୁ ନାହିିଁ ଏପରିି ଭୁଲ୍

ନୂଆଦିଲ୍ଲୀ: ଲୋକମାନେ ଇମେଲ୍ ର ବ୍ୟବହାର କୌଣସି ଫର୍ମାଲ କିମ୍ବା ଅଫିସିଆଲ କାମ ପାଇଁ କରିଥାନ୍ତି । କିନ୍ତୁ ସାଇବର ଅପରାଧୀମାନେ ଏହି ଇମେଲ୍ କୁ ବି ଛାଡି ନାହାନ୍ତି । ମହାରାଷ୍ଟ୍ର ପୁଣେରେ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଇମେଲ୍ ମାଧ୍ୟମରେ ଏକ କମ୍ପାନୀ ଠାରୁ ୨୨ ଲକ୍ଷ ଟଙ୍କା ଠକି ନେଇଛନ୍ତି ଅପରାଧୀ ।
ପୁନେର ଇଂଜିନିୟରିଂ ସପ୍ଲାଇ ଫାର୍ମ ଫ୍ରାନ୍ସରେ ଥିବା ଏକ ଫାର୍ମକୁ ଅର୍ଡର ଦେଇଥିଲା । ଏହା ବଦଳରେ କମ୍ପାନୀ ୨୪,୦୦୦ ୟୁରୋ ପେମେଣ୍ଟ ବି କରିଥିଲା । କିନ୍ତୁ ବହୁଦିନ ପର୍ଯ୍ୟନ୍ତ କିଛି ଡେଲିଭରି ନ ହେବାରୁ ଏହି ସ୍କାମର ପର୍ଦ୍ଦାଫାସ ହୋଇଥିଲା ।

ସାଇବର ଠକ ଏଥିଲାଗି କେବଳ ଇମେଲ୍ ଆଇଡିର ଏକ ଅକ୍ଷରରେ ପରିବର୍ତ୍ତନ କରିଥିଲା । ଫାର୍ମର ବଡ ଅଧିକାରୀ ବି ଏହାକୁ ଜାଣି ପାରି ନ ଥିଲେ ଓ ୨୨ ଲକ୍ଷ ଟଙ୍କା ପେମେଣ୍ଟ କରି ଦେଇଥିଲେ ।
ମିଡିଆ ରିପୋର୍ଟସ ଅନୁସାରେ ପୁନେ ସ୍ଥିତ କମ୍ପାନୀ ଚଳିତ ବର୍ଷ ଜାନୁଆରୀ ଓ ଫେବୃୟାରୀ ମଧ୍ୟରେ ଫ୍ରାନ୍ସ ସ୍ଥିତ କମ୍ପାନୀକୁ ୫୧ ହଜାର ୟୁରୋର ଅର୍ଡର ଦେଇଥିଲା । ଫ୍ରାନ୍ସ ସ୍ଥିତ କମ୍ପାନୀ ପ୍ରୋ ଫାର୍ମା ଇନଭଏସ୍୍ ପଠାଇ ଅର୍ଡର କନଫର୍ମ କରିଥିଲା । ସେ ଏହି ଅର୍ଡର ଇମେଲ୍ ଜରିଆରେ ପଠାଇଥିଲା ।

କିନ୍ତୁ ଏହାର କିଛି ସମୟ ପରେ ପୁଣେ ସ୍ଥିତ କମ୍ପାନୀକୁ ଏକ ଇମେଲ ମିଳିଥିଲା ଯେ, ଆମେ ଆପଣଙ୍କର ଫ୍ରାନ୍ସ ସ୍ଥିତ ରେଗୁଲାର ବ୍ୟାଙ୍କ ଆକାଉଣ୍ଟ ଏବଂ ସ୍ୱିଫ୍ଟ କୋଡକୁ ଆସେସ୍ କରିପାରୁ ନାହୁଁ । ଏଣୁ ଏହା ପରିବର୍ତ୍ତେ ଏକ ନୂଆ ବ୍ୟାଙ୍କ ଆକାଉଣ୍ଟ ଡିଟେଲସ୍ ସେୟାର କରୁଛୁ ଯେଉଁଥିରେ ଆପଣ ପେମେଣ୍ଟ କରନ୍ତୁ । ପୁଣେ କମ୍ପାନୀ ଇମେଲ୍ ରେ ଦିଆଯାଇଥିବା ଡିଟେଲସ୍ ଉପରେ ଭରସା କରି ଆଡଭାନ୍ସ ପେମେଣ୍ଟ ଭାବରେ ୨୪, ୫୯୮ ୟୁରୋ ପଠାଇଥିଲା । କିନ୍ତୁ କିଛି ସପ୍ତାହ ବିତିଯିବା ପରେ ଜିନିଷ ଡେଲିଭରୀ ନ ହେବାରୁ ଫ୍ରାନ୍ସ କମ୍ପାନୀକୁ ପଚରାଉଚୁରା କରିବାରୁ କମ୍ପାନୀ ଉତ୍ତର ଦେଇଥିଲା ଯେ, ଆମେ ଏ ପର୍ଯ୍ୟନ୍ତ କିଛି ପେମେଣ୍ଟ ପାଇନାହୁଁ ବୋଲି । ଏହାପରେ ଖୋଳତାଡ ହେବାରୁ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା । ସାଇବର ଠକ ଇ ଯାଗାରେ ଏର ବ୍ୟବହାର କରି ପୁଣେ କମ୍ପାନୀକୁ ନୂଆ ଇମେଲ୍ ଆଇଡି ପଠାଇଥିଲା ଯାହା କମ୍ପାନୀ ଜାଣି ପାରି ନ ଥିଲା । ଏବେ ପୁନେ ପୋଲିସ ଏହି ଠକେଇର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.