fbpx

ୟୁକ୍ରେନକୁ ଧ୍ୱଂସ କରିବାର ନୂଆ ପ୍ଲାନ: ଡ୍ରୋନ୍ ଷ୍ଟ୍ରାଇକ ପରେ ପୁତିନ କରୁଛନ୍ତି ନୂଆ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ୟୁକ୍ରେନ ବର୍ତ୍ତମାନ ଋଷ ଉପରେ ଆକ୍ରମଣ ଜାରି ରଖିଛି । ଋଷର ବିଭିନ୍ନ ସ୍ଥାନ ଉପରେ କବଜା କରିବା ସହ ହଜାର ହଜାର ବର୍ଗ କିଲୋମିଟର ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଛି ୟୁକ୍ରେନ । କିନ୍ତୁ ଋଷ ଏହି ଆକ୍ରମଣର ପାଲଟା ଜବାବ ଦେବା ଆରମ୍ଭ କରିଛି । ଗତକାଲି ୟୁକ୍ରେନର ୧୫ଟି ସହରରେ ୧୦୦ରୁ ଅଧିକ ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଋଷ । ଏହାଭିତରେ ରାଷ୍ଟ୍ରପତି ପୁତିନ୍ ନିଜ ବନ୍ଧୁଙ୍କ ସହ ହାତ ମିଳାଇ ୟୁକ୍ରେନ ବିରୋଧରେ ଆରମ୍ଭ କରିଛନ୍ତି ନୂଆ ଚକ୍ରବ୍ୟୁହ । ଏହି ରଣନୀତି ୟୁକ୍ରେନ ଏବଂ ଜେଲେନସକ୍ିଙ୍କ ପାଇଁ ଖୁବ ଭୟଙ୍କର ସାବ୍ୟସ୍ତ ହୋଇପାରେ ।

ଋଷର କୁର୍ସ୍କ ଅଞ୍ଚଳରେ ଜବଜା କରି ରଖିଛି ୟୁକ୍ରେନ ସେନା । ଏଥିପାଇଁ ବେଲାରୁଷ ବର୍ଡରରୁ ସମସ୍ତ ସେନାକୁ ନେଇ ବର୍ତ୍ତମାନ ଋଷ ସୀମାରେ ନିୟୋଜିତ କରିଛନ୍ତି ଜେଲେନସ୍କି । କିନ୍ତୁ ସେପଟେ ପୁତିନ୍ ଏବେ ବେଲାରୁଷକୁ ସୀମାରେ ନିଜ ସେନା ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଛି । ଏହାପରେ ବେଲାରୁଷ ଆର୍ମି ୟୁକ୍ରେନ ସୀମାରେ ଜମା ହୋଇଛନ୍ତି । ପୁତିନଙ୍କ ଏହି ଚାଲ୍ ଜେଲେନସ୍କିଙ୍କ ପାଇଁ ସମସ୍ୟା ହୋଇଠିଆ ହୋଇଛି । ଏକାସାଙ୍ଗରେ ୨ଟି ସ୍ଥାନରେ କବଜା କରିବା ପାଇଁ ଲଢେଇ କରିବା ଜେଲେନସ୍କି ଆର୍ମିକୁ ଚକ୍ରବ୍ୟୁହରେ ଫସାଇ ଦେଇଛି ।

ରିପୋର୍ଟ ଅନୁସାରେ, ନିଜ ସେନାକୁ ଯଥାଶୀଘ୍ର ଫେରାଇନେବା ପାଇଁ ବେଲାରୁଷକୁ ନିର୍ଦ୍ଦେଶ ଦେଇଛନ୍ତି ଜେଲେନସ୍କି । ନଚେତ୍ ସେଠାରେ ମଧ୍ୟ ଆକ୍ରମଣର ସାମନା କରିବା ପାଇଁ ସଜାଗ ରହିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି । ଆର୍ମି ଏକ୍ସରସାଇଝ୍ ବାହାନାରେ ୟୁକ୍ରେନ ସହ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଛି ବେଲାରୁଷ । ଆଧୁନିକ ହତିଆର, ଟ୍ୟାଙ୍କ ଏବଂ ଗୋଳାବାରୁଦ ସୀମାରେ ଏକାଠି କରୁଥିବା ମଧ୍ୟ ସୂଚନା ମିଳିଛି ।

ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ, ସେ ତାଙ୍କର ଏକ ତୃତୀୟାଂଶ ସୈନ୍ୟ ୟୁକ୍ରେନ ସୀମାରେ ନିୟୋଜିତ କରୁଛନ୍ତି। ସେବେଠାରୁ ୧,୨୦,୦୦୦ ରୁ ଅଧିକ ସୈନିକ ସୀମାରେ ପହଞ୍ଚିଛନ୍ତି। ବେଲାଋଷ ସୀମାରେ ଯୁଦ୍ଧ ବିମାନ, ଏୟାରକ୍ରାଫ୍ଟ ଏବଂ ଗୋଳାବାରୁଦ ଜମା କରିଛି। ଗୋଟିଏ ଦିନ ପୂର୍ବରୁ ବେଲାଋଷର ଏୟାରକ୍ରାଫ୍ଟ ମଧ୍ୟ ୠଷ ସୀମାରେ ପ୍ରବେଶ କରିଥିଲା। ଦୁଇ ଦେଶ ମଧ୍ୟରେ ଦୀର୍ଘ ୧,୦୮୪ କିଲୋମିଟର ସୀମା ଅଛି, ଯାହା ୟୁକ୍ରେନ ପରିଚାଳନା କରିବା କଷ୍ଟକର ହୋଇପଡୁଛି । ଅନ୍ୟପକ୍ଷରେ, ୟୁକ୍ରେନ ମଧ୍ୟ ଦାବି କରିଛି ଯେ ବେଲାଋଷର ସୈନିକମାନଙ୍କ ସହିତ ଋଷର ୱାଗନର୍ ଗ୍ରୁପର ବ୍ୟବସାୟୀମାନେ ମଧ୍ୟ ସୀମା ନିକଟରେ ନିୟୋଜିତ ହୋଇଛନ୍ତି। ଯଦି ଏମାନଙ୍କୁ ନିୟନ୍ତ୍ରଣ କରିବା ପ୍ରୟାସ ବିଫଳ ହୁଏ, ତେବେ ଏହି ଯୁଦ୍ଧ ଆହୁରି ଭୟାନକ ରୂପ ନେଇପାରେ ।

Get real time updates directly on you device, subscribe now.