fbpx
BSKY
BJD MC SKY
BJD MS SKY

ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ

ନୂଆଦିଲ୍ଳୀ: ରାଜନୈତିକ ସଙ୍କଟ ମଧ୍ୟରେ ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ । ତାଙ୍କ ସହିତ ତାଙ୍କ ସହିତ ୪ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ହାଇକମାଣ୍ଡ । ଦଳର ସଭାପତି ସୋନିଆ ଗାନ୍ଧୀ ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଠାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ କ୍ୟାପଟେନ ଅମରିନ୍ଦର ସିଂ ଓ ପ୍ରଦେଶ କଂଗ୍ରେସ ସଭାପତି ହେବେ ନବଜୋତ ସିଂ ସିଦ୍ଧୁ ।

ଏହି ନୂତନ ନିଯୁକ୍ତି ପରେ ରାଜ୍ୟ ରାଜନୀତିର ଚିତ୍ର ବଦଳି ପରେ ବୋଲି ଆଶଙ୍କା କରାଯାଉଛି । ରବିବାର ଦିନ କଂଗ୍ରେସ ବିଧାୟକମାନେ ସିଦ୍ଧୁଙ୍କୁ ସଭାପତି ନ କରିବାକୁ ଅନୁରୋଧ କରି ହାଇକମାଣ୍ଡଙ୍କୁ ପତ୍ର ଲେଖିଥିଲେ । କ୍ୟାପଟେନ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି । ଏହା ମଧ୍ୟରେ ଦଳର ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି । ଘୋଷଣା ପୂର୍ବରୁ ନବଜୋତ ସିଂ ସିଦ୍ଧୁ ପଞ୍ଜାବର ପଟ୍ଟିଆଲା, ଜଳନ୍ଧର ଓ ଅନ୍ୟାନ୍ୟ ସ୍ଥାନ ଗସ୍ତ କରି ଦଳୀୟ ବିଧାୟକଙ୍କୁ ଭେଟିଥିଲେ ।

Get real time updates directly on you device, subscribe now.