fbpx

ବାହୁଡାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ଜାଣନ୍ତୁ କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,(ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆୟୋଜିତ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସେ କହିଛନ୍ତି ଯେ, ‘ସବୁ ସରକାରୀ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରଟି-ପିସିଆର ଟେଷ୍ଟ ଚାଲିଛି । ଅଧିକାଂଶ କର୍ମଚାରୀଙ୍କ ଟେଷ୍ଟ ସରିଥିବା ବେଳେ ଆଜି ଟେଷ୍ଟଂ ସରିବ । ବାହୁଡ଼ାରେ ରଥଟଣା ବେଳେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ ହେବ । କଳାହାଟ ଦ୍ୱାରକୁ ଛାଡି ବାକି ସବୁ ଦ୍ୱାର ରୂପା ଛାଉଣୀ ହେବ ।’

ଆସନ୍ତା ରଥଯାତ୍ରା ବେଳେ କଳାହାଟ ଦ୍ୱାର ରୂପା ଛାଉଣୀ ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଜଗମୋହନ, ଭୋଗମଣ୍ଡପ, ନାଟମଣ୍ଡପର ଲେଜର ସ୍କ୍ରାନିଂ ସରିଥିବା ସେ କହିଛନ୍ତି ।

ତେବେ ଯେଉଁଭଳି ଭାବରେ ଗୁଣ୍ଡିଚା ଯାତ୍ରାରେ କୋଭିଡ୍ ନିୟମର ଉଲ୍ଲଘଂନ ହୋଇଥିଲା ଏବଂ କିଭଳି ଏହି ଘଟଣାର ପୁନରାବୃତ୍ତି ଯେଭଳି ନହୁଏ ସେଥିପାଇଁ ବାହୁଡାଯାତ୍ରାରେ କଟକଣା ଅଧିକ କଡ଼ାକଡ଼ି କରାଯିବ। ନିୟମ ଉଲଙ୍ଘନ କଲେ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ରଥଯାତ୍ରାର ସାମାନ୍ୟ ବିଶୃଙ୍ଖଳାକୁ ବାହୁଡାଯାତ୍ରାରେ ବରଦାସ୍ତ କରାଯିବ ନାହିଁ। ସେଥିପାଇଁ ବଡଦାଣ୍ଡର ଉଭୟପାର୍ଶ୍ୱରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଘର ମାଲିକଙ୍କ ସହ ଆଜି ଏସପି ଭେଟି ସେମାନଙ୍କୁ କଟକଣା ସମ୍ପର୍କରେ ଅବଗତ କରାଇବା ସହ ତାଗିଦ୍ କରିଛନ୍ତି।

Get real time updates directly on you device, subscribe now.