fbpx

ଆୟକର ରିଟର୍ଣ୍ଣ ଦାଖଲରେ ନୂଆ ରେକର୍ଡ: ଡିସେମ୍ବର ମାସ ଶେଷ ସୁଦ୍ଧା ୮ କୋଟି ୧୮ଲକ୍ଷ ରିଟର୍ଣ୍ଣ

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ଆୟକର ବିଭାଗ ନୂଆ ରେକର୍ଡ ସୃଷ୍ଟି କରିଛି । ୨୦୨୩-୨୪ ଆର୍ଥିକ ବର୍ଷର ଗତ ଡିସେମ୍ବର ମାସ ଶେଷ ସୁଦ୍ଧା ୮ କୋଟି ୧୮ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ୨୦୨୨ ମସିହା ଡିସେମ୍ବର ମାସ ୩୧ତାରିଖ ସୁଦ୍ଧା ୭ କୋଟି ୫୧ଲକ୍ଷ କରଦାତା ରିଟର୍ଣ୍ଣ ଦାଖଲ କରିଥିଲେ । ଚଳିତ ଆର୍ଥିକ ବର୍ଷ ଗତମାସ ଶେଷ ତୁଳନାରେ ୨୦୨୨ ମସିହା ଏହି ସମୟସୀମା ମଧ୍ୟରେ ୯ ପ୍ରତିଶତ ଅଧିକ କରଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ରାଜ୍ୟ ସରକାର ଗତ ଡିସେମ୍ବର ମାସରେ ୨ହଜାର ୫୭୮ କୋଟି ଟଙ୍କାର ସାମଗ୍ରୀ ଓ ସେବାକର – ଜିଏସ୍‍ଟି ଆଦାୟ କରିଛନ୍ତି । ୨୦୨୨ ମସିହା ଡିସେମ୍ବର ମାସ ତୁଳନାରେ ୨୦୨୩ ଡିସେମ୍ବର ମାସରେ ସରକାରଙ୍କ ଜିଏସ୍‍ଟି ରାଜସ୍ୱ ଆଦାୟ ୭୦ ପ୍ରତିଶତ ବଢ଼ିଥିବା କୁହାଯାଇଛି । ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମାସ ମଧ୍ୟରେ ରାଜ୍ୟ ସରକାର ମୋଟ୍‍ ୧୭ହଜାର ୪୧୯କୋଟି ଟଙ୍କାର ଜିଏସ୍‍ଟି ରାଜସ୍ୱ ଆଦାୟ କରିଛନ୍ତି ।

Get real time updates directly on you device, subscribe now.