fbpx

ଚର୍ଚ୍ଚାରେ ଓୱାଇସିଙ୍କ ବିବାଦୀୟ ବୟାନ- ‘ନିଜ ସମ୍ପ୍ରଦାୟର ଶକ୍ତି ବଜାୟ ରଖ…’

ହାଇଦ୍ରାବାଦ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ଉଦ୍ଘାଟନ ଉତ୍ସବକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏହି ପରିପ୍ରେକ୍ଷିରେ All India Majlis-e- Ittehadul Muslimeen ର ମୁଖ୍ୟ ତଥା ହାଇଦ୍ରାବାଦର ସାଂସଦ ଅସଦୁଦ୍ଦୀନ ଓୱାଇସିଙ୍କ ବୟାନ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ନିଜ ଶକ୍ତି ବଜାୟ ରଖିବା ପାଇଁ କହିଥିଲେ । ଦେଖନ୍ତୁ ଏହି ଭିଡ଼ିଓ:

ନିକଟରେ RSSର କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦେଶ କୁମାରଙ୍କ ବିବାଦୀୟ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ କହିଥିଲେ,‘ଶ୍ରୀ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସମସ୍ତ ଧର୍ମର ଲୋକମାନେ ନିଜ ନିଜ ଧର୍ମ ସ୍ଥଳୀରେ ଦେଶରେ ଶାନ୍ତି, ଭାଇଚାରା ଓ ସଦଭାବନା ବଜାୟ ରଖିବା ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ ।’ ଏହାକୁ ବିରୋଧ କରି ଓୱାଇସି କହିଥିଲେ, ‘ମସଜିଦକୁ ନେଇ ଷଡ଼ଯନ୍ତ୍ର କରାଯାଉଛି । ମସଜିଦ୍ ଗୁଡ଼ିକର ସଂଖ୍ୟା ହ୍ରାସ ହେବାର ଆଶଙ୍କା ଉପରେ ଗୁରୁତ୍ୱାରୋପ କରି ନିଜ ଅସ୍ତିିତ୍ୱକୁ ବଜାୟ ରଖ । ଆଜିର ଯୁବପୀଢ଼ୀ କାଲି ବୁଢ଼ା ହୋଇଯିବେ ତେଣୁ ନିଜକୁ, ପରିବାର, ମୋହଲ୍ଲା ଓ ସହରକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ ।’ ଏନେଇ ବିଜେପି ପ୍ରବକ୍ତା ପ୍ରେମ ଶୁକ୍ଳା କହିଥିଲେ ଯେ ଓୱାଇସିଙ୍କ ଏଭଳି ବିବାଦୀୟ ବୟାନ ହିନ୍ଦୁମାନଙ୍କ ପ୍ରତି ବିଦ୍ରୋହଜନକ ଭାବନାକୁ ଦର୍ଶାଉଛି ।

Get real time updates directly on you device, subscribe now.