fbpx

ବିଜେପି ରାଷ୍ଟ୍ରୀୟ ସଂଗଠକ ହୃଦୟନାଥ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ରହିଛି । ଏହାକୁ ନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ହ୍ୟାଟ୍ରିକ ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ବିଜେପି ରଥକୁ ରୋକିବାକୁ ସଂଘର୍ଷ ଚଳାଇଛି ।

ତେବେ ଚଳିତ ବର୍ଷ ଦେଶରେ ଲୋକସଭା ମହାଲଢ଼େଇ ସହିତ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜେପି କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ସଂଗଠକ ହୃଦୟନାଥ ସିଂହଙ୍କର ପରଲୋକ ଘଟିଛି । ରାମ ମନୋହର ଲୋହିୟା ଆୟୁର୍ବିଜ୍ଞାନ ପ୍ରତିଷ୍ଠାନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ତାଙ୍କର ଅନ୍ତିମ ଦର୍ଶନ ପାଇଁ ମରଶରୀରକୁ  ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଛି ।

ହୃଦୟନାଥ ଝାଡ଼ଖଣ୍ଡର ପ୍ରଦେଶ ସଂଗଠନ ଦାୟିତ୍ୱରେ ରହିବା ସହିତ ଦଳରେ ଅନେକ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ଏହା ପୂର୍ବରୁ ସେ ଅଯୋଧ୍ୟା ଓ ଝାନ୍ସିରେ ବିଭାଗ ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ । ହରଦୋଈ ଓ ପିଲଭିଟରେ ମଧ୍ୟ ସେ ପ୍ରଚାରକ ରହିଥିଲେ । ଜରୁରୀକାଳୀନ ପରିସ୍ଥିତିରେ ସେ କାର୍ଯ୍ୟ କରିବା ସହିତ ଜେଲ୍ ମଧ୍ୟ ଯାଇଥିଲେ । ଜୌନପୁରର ନିବାସୀ ହୃଦୟନାଥ ଗୋରଖପୁରରେ ଅଧ୍ୟୟନ କରିବା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବ ସଂଘ (ଆରଏସଏସ)ରେ ସାମିଲ ହୋଇଥିଲେ । ଏହାପରେ ସେ ଆରଏସଏସର ପ୍ରଚାରକ ହୋଇଥିଲେ । ତାଙ୍କର ମୃତ୍ୟୁରେ ଭାଜପାର ବହୁ ବରିଷ୍ଠ ନେତା ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.