fbpx

ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ(LIC)କୁ ୮୦୬ କୋଟି ଟଙ୍କାର ଜିଏସ୍ଟି ନୋଟିସ୍

ନୂଆଦିଲ୍ଲୀ : ସର୍ବ ବୃହତ ସାର୍ବଜନୀନ କ୍ଷେତ୍ର ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି)କୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜିଏସ୍ଟିର ସ୍ୱଳ୍ପ ଦେୟ ଅଭିଯୋଗରେ ଟିକସ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରାୟ ୮୦୬ କୋଟି ଟଙ୍କା ଦାବିର ନୋଟିସ୍ ପଠାଯାଇଛି ।

ସୋମବାର ଦିନ ସେୟାର ବଜାରରେ ଦିଆଯାଇଥିବା ସୂଚନାରେ ଏଲଆଇସି କହିଛି ଯେ, ମହାରାଷ୍ଟ୍ର ରାଜ୍ୟ ପାଇଁ ସୁଧ ଏବଂ ଦଣ୍ଡ ସହିତ ଜିଏସ୍ଟି ସଂଗ୍ରହ ପାଇଁ ଡେପୁଟି କମିଶନରଙ୍କ ଠାରୁ ୮୦୬.୩ କୋଟି ଟଙ୍କା ଜିଏସଟି ନୋଟିସ ମିଳିଛି । କମ୍ପାନୀ ଅନୁଯାୟୀ ମୋଟ ୮୦୬.୩ କୋଟି ନୋଟିସ ମଧ୍ୟରୁ ୩୬୫.୦୨ କୋଟି ଟଙ୍କା ଜିଏସ୍ଟି, ୪୦୪.୭ ଟଙ୍କା ଜରିମାନା ଏବଂ ୩୬.୫ କୋଟି ଟଙ୍କା ସୁଧ ରହିଛି ।

ବୀମା କମ୍ପାନୀ କହିଛି ଯେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମୁମ୍ବାଇର କମିଶନର୍ (ଅପିଲ୍) ଙ୍କ ଆଗରେ ଏଲଆଇସି ଏହି ଆଦେଶ ବିରୋଧରେ ଏକ ଆବେଦନ କରିବ । କମ୍ପାନୀ କହିଛି ଯେ ଏଲଆଇସିର ଆର୍ôଥକ, କାର୍ଯ୍ୟକ୍ଷମ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ଏହି ବିଜ୍ଞପ୍ତିର କୌଣସି ସାମଗ୍ରୀକ ପ୍ରଭାବ ନାହିଁ ।

Get real time updates directly on you device, subscribe now.