fbpx

କଂଗ୍ରେସରେ ଯୋଗଦେବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ ଶର୍ମିଲା: ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ଭାଇ-ଭଉଣୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ସେହି ଅନୁସାରେ ଦେଶର ରାଜନୈତିକ ମାହୋଲ ଚଳଞ୍ଚଳ ହେବାରେ ଲାଗିଛି । ରାଜନେତ÷କ ଦଳମାନେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ବେଳେ ରାଜନେତାଙ୍କର ଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡ୍ଡୀ ଭାଇଙ୍କ ହାତ ଛାଡ଼ିବେ । ଖୁବଶୀଘ୍ର ଶର୍ମିଲା କଂଗ୍ରେସରେ ସାମିଲ ହେବେ ବୋଲି କୁହାଯାଉଛି । ନିକଟରେ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଜୋରଦାର ବିଜୟ ହାସଲ କରିଥିବା ବେଳେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଶର୍ମିଲା ଏହି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି । ତେବେ ଏଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶରେ ଜଗନଙ୍କ ୱାଇଏସଆର କଂଗ୍ରେସ ପାର୍ଟିରକୁ ଏକ ବଡ଼ ଝଟକା ଲାଗିପାରେ ।

ତେବେ ଆସନ୍ତା ୪ ତାରିଖରେ ଶର୍ମିଲା ହାତ ଧରିବେ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଆସନ୍ତା ବିଧାନସଭା ନିର୍ବାଚନରେ ଭାଇ-ଭଉଣୀ ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଆନ୍ଧ୍ରପ୍ରଦେଶରେ କଂଗ୍ରେସ ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇପାରେ ବୋଲି ଦଳୀୟ ମହଲରୁ ଜଣାପଡ଼ିଛି । ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇ ଆନ୍ଧ୍ରପ୍ରଦେଶରେ ଦଳକୁ ପୁନର୍ଜିବିତ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି । ସୂଚନାଯୋଗ୍ୟ ଯେ, ଗତ ୨୦୧୨ରେ ଜଗନ କଂଗ୍ରେସଠାରୁ ଦୂରେଇ ଯାଇ ୧୮ ବିଧାୟକଙ୍କୁ ନେଇ ଏକ ନୂଆ ପାର୍ଟି ‘ୱାଇଏସଆରସିପି’ ଗଠନ କରିଥିଲେ ।

Get real time updates directly on you device, subscribe now.