fbpx

ଅଗଷ୍ଟ ୧ରୁ ଲାଗୁ ହେବ ବେତନ, ପେନସନ୍ ଓ ଇଏମଆଇ ପେମେଣ୍ଟ୍ ର ନୂଆ ନିୟମ! ଆରବିଆଇ ଆଣିଲା ପରିବର୍ତ୍ତନ, ଜାଣନ୍ତୁ କଣ ରହିବ ସୁବିଧା

ନୂଆଦିଲ୍ଲୀ: ଏବେ ଠାରୁ ଆଉ ବେତନ, ପେନସନ୍ ଓ ଇଏମଆଇ ପେମେଣ୍ଟ ଭଳି ଜରୁରୀ କାର୍ଯ୍ୟ ପାଇଁ କାର୍ଯ୍ୟ ଦିବସକୁ ଆଉ ଅପେକ୍ଷା କରିବାକୁ ପଡ଼ିବନି । ଆରବିଆଇ ଏବେ ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରିଂ ହାଉସ୍ (ଏନଏସିଏଚ୍) ନିୟମରେ ପରିବର୍ତ୍ତନ ଆଣିଛି । ଏହି ପରିବର୍ତ୍ତନ ଅଗଷ୍ଟ ୧ ତାରିଖ ୨୦୨୧ରୁ ଲାଗୁ ହେବ । ଅର୍ଥାତ୍ ଏବେ ଠାରୁ ପେନସନ୍ ଓ ବେତନ ପାଇଁ ଶନିବାର କି ରବିବାର ଅର୍ଥାତ୍ ସପ୍ତାହ ଶେଷ ହେବାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆପଣ ଏହି ସେବା ସପ୍ତାହସାରା ପାଇପାରିବେ ।

ଅନେକ ଥର ଏପରି ହୁଏ ମାସର ପ୍ରଥମ ତାରିଖ ଛୁଟି ଦିନରେ ପଡ଼ିଯାଏ । ଯାହା ଫଳରେ ବେତନ ଆପଣଙ୍କ ଆକାଉଣ୍ଟକୁ ଆସିବାକୁ ଅପେକ୍ଷା କରିବାକୁ ପଡ଼େ । ଏନେଇ ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଗତ ମାସ ଜୁନ୍ ରେ କ୍ରେଡିଟ୍ ପଲିସି ରିଭ୍ୟୁ ସମୟରେ ଘୋଷଣା କରିଥିଲେ ଗ୍ରାହକଙ୍କ ସୁବିଧାକୁ ବଢ଼ାଇବା ପାଇଁ ଏବେ ଠାରୁ ଏନଏସିଏଚ୍ କୁ ସପ୍ତାହର ସବୁଦିନ ଉପଲବ୍ଧ କରାଇବା ପାଇଁ ପ୍ରସ୍ତାବ ଦିଆଯାଇଛି । ଯାହା ଅଗଷ୍ଟ ୧ ତାରିଖ ୨୦୨୧ରୁ ଜୋରଦାର୍ କରାଯିବ ।

ଏନଏସିଏଚ୍ ହେଉଛି ଏକ ବ୍ଲକ୍ ପେମେଣ୍ଟ ସିଷ୍ଟମ୍ । ଯାହାକୁ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସ୍ ଅଫ୍ ଇଣ୍ଡିଆ(ଏନପିସିଆଇ) ସଞ୍ଚାଳିତ କରେ । ଯାହା କର୍ମଚାରୀ ମାନଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇଥାଏ । ଯେମିତିକି ଡିଭିଡେଣ୍ଡ, ସୁଧ, ଦରମା ଏବଂ ପେନ୍ସନ୍ ସୁବିଧା ପ୍ରଦାନ କରେ । ଏହା ବ୍ୟତୀତ ବିଦ୍ୟୁତ୍ ବିଲ୍, ଗ୍ୟାସ୍, ଟେଲିଫୋନ୍, ପାଣି, ଲୋନ୍ ପାଇଁ ଇଏମଆଇ, ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଏବଂ ବୀମା ପ୍ରିମିୟମ ଦେୟ ପ୍ରଦାନର ସୁବିଧା ମଧ୍ୟ ପ୍ରଦାନ କରେ । ଅର୍ଥାତ୍ ବର୍ତ୍ତମାନ ଆପଣଙ୍କୁ ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । ଛୁଟି ଦିନ ମାନଙ୍କରେ ମଧ୍ୟ ଏହା ହୋଇପାରିବ ।

Get real time updates directly on you device, subscribe now.