fbpx

ଗ୍ୟାସ ସିଲିଣ୍ଡରକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେବାକୁ ଯାଉଛି ନୂଆ ନିୟମ, ଜାଣି ରଖନ୍ତୁ ନଚେତ ଡ଼େଲିଭରି ହେବନି ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ, ୧୦ା୮: ମହାମାରୀ କରୋନା ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ୟାସ ସିଲିଣ୍ଡରକୁ ନେଇ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଏଣିକି ଗ୍ୟାସ ସିଲିଣ୍ଡର ଡ଼େଲିଭରି କରିବା ସମୟରେ ଆପଣ ଓଟିପି ନଦେଲେ ଗ୍ୟାସ ସିଲିଣ୍ଡର ଡ଼େଲିଭରି କରାଯାଇପାରିବ ନାହିଁ । ଉପଭୋକ୍ତାଙ୍କ ରେଜିଷ୍ଟର୍ଡ଼ ମୋବାଇଲକୁ ଗ୍ୟାସ ବୁକିଂ କରିବା ମାତ୍ରେ ଏକ ଓଟିପି ଯିବ । ସେହି ଓଟିପିକୁ ଡ଼େଲିଭରି ବଏ ଗ୍ୟାସ ସିଲିଣ୍ଡର ଡ଼େଲିଭର କରିବା ସମୟରେ ଆପଣଙ୍କୁ ଦେବାକୁ ପଡ଼ିବ । ଓଟିପି ଦେବା ପରେ ଗ୍ୟାସ ସିଲିଣ୍ଡର ଆପଣଙ୍କୁ ଦିଆଯିବ । ବର୍ତ୍ତମାନ ଏହି ନିୟମ ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀର କିଛି ଅଞ୍ଚଳରେ ଲାଗୁ କରାଯାଇଛି । ସାରା ଦେଶରେ ଏହି ନିୟମ କେବେଠାରୁ ଲାଗୁ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ଉଜ୍ଜ୍ୱଳା ଯୋଜନାରେ ଲୋକଙ୍କ ପାଖରେ ଗ୍ୟାସ ସିଲିଣ୍ଡର ପହଞ୍ଚାଇବା ସହ ସବସିଡ଼ି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଉଛନ୍ତି କେନ୍ଦ୍ର ସରକାର । କିନ୍ତୁ ନୂଆ ନିୟମ ଲାଗୁ ହେବା ପରେ ଓଟିପି ନଦେବା ଯାଏଁ କୌଣସି ସୁବିଧା ପାଇପାରିବେ ନାହିଁ ।

Get real time updates directly on you device, subscribe now.