fbpx

ନୂଆ ମାସରୁ ନୂଆ ନିୟମ: ୧ ଜୁନରୁ ଲାଗୁ ହେବ ଏହିସବୁ ପରିବର୍ତ୍ତନ, ସାଧାରଣ ଜନତା ଉପରେ ପ୍ରଭାବ

Advertisement

ନୂଆଦିଲ୍ଲୀ: ମେ’ ମାସ ଶେଷ ହେବାକୁ ଥିବା ବେଳେ ଜୁନ୍ ମାସ ଆରମ୍ଭ ହେବାକୁ ମାତ୍ର ୩ ଦିନ ବାକି ରହିଛି । ଏହାପରେ ଦେଶରେ ଅନେକ ଗୁଡ଼ିଏ ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ପରିବର୍ତ୍ତନ ସିଧାସଳଖ ଭାବରେ ସାଧାରଣ ଜନତାଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଏହି ମାସରେ ଏଲପିଜି ସିଲିଣ୍ଡର ଦାମ୍ ସହିତ କ୍ରେଡିଟ କାର୍ଡ ଏବଂ ଅନ୍ୟ କିଛି ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି ।

LPG ସିଲିଣ୍ଡର ଦାମ୍: ଅଏଲ ମାର୍କେଟିଙ୍ଗ କମ୍ପାନୀ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିଥାନ୍ତି । ତେଣୁ ଜୁନ୍ ୧, ୨୦୨୪ ସକାଳ ୬ଟାରୁ ମଧ୍ୟ ସଂଶୋଧିତ ମୂଲ୍ୟ ଜାରି ହୋଇପାରେ । ଗତ କିଛି ଦିନରେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦାମ୍ ପରିବର୍ତ୍ତନ ହୋଇଛି । କିନ୍ତୁ ୧୪ କିଲୋ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ନିର୍ବାଚନ ସରିବା ପରେ ଜୁନ୍ ମାସରୁ ଘରୋଇ ସିଲିଣ୍ଡର ଦାମରେ ଆଶ୍ୱସ୍ତି ମିଳିବ ବୋଲି ଆଶା ରଖିଛନ୍ତି ଜନତା ।

ATF ଏବଂ CNG-PNG ମୂଲ୍ୟ: ଏଲପିଜି ଗ୍ୟାସ ସିଲିଣ୍ଡର ସହିତ ଅଏଲ ମାର୍କେଟିଙ୍ଗ କମ୍ପାନୀ ଇନ୍ଧନ ବା ଏୟାର ଟର୍ବାଇନ୍ ଫୁଏଲ(ATF) ଏବଂ ସିଏନଜି-ପିଏନଜି(CNG-PNG) ଦାମ୍ ମଧ୍ୟ ବଦଳିପାରେ । ତେଣୁ ଜୁନ୍ ପ୍ରଥମ ତାରିଖରେ ଏଗୁଡ଼ିକର ନୂଆ ମୂଲ୍ୟ ଲାଗୁ ହୋଇପାରେ । ଏହାପୂର୍ବରୁ ଏପ୍ରିଲ ମାସେରେ ଏଟିଏଫ ଦାମରେ ପରିବର୍ତ୍ତନ ଦେଖା ଦେଇଥିଲା ।

SBI କ୍ରେଡିଟ କାର୍ଡ: ଆସନ୍ତା ଜୁନ୍ ପହିଲାରୁ ଏସବିଆଇ କ୍ରେଡିଟ କାର୍ଡ ନିୟମ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଜୁନ୍ ମାସରୁ କିଛି କ୍ରେଡିଟ କାର୍ଡ ପାଇଁ ସରକାରଙ୍କ ସମ୍ବନ୍ଧୀୟ ଟ୍ରାଞ୍ଜାକ୍ସନ ଉପରେ ରିୱାର୍ଡ ପଏଣ୍ଟ ଲାଗୁ ହେବ । ଏଥିରେ ଷ୍ଟେଟ ବ୍ୟାଙ୍କର ରମ, ଏସବିଆଇ କାର୍ଡ ଏଲିଟ, ଏସବିଆଇ କାର୍ଡ ଏଲିଟ ଆଡଭାଣ୍ଟେଜ ଏବଂ ଏସବିଆଇ କାର୍ଡ ପ୍ଲସ, ସିମ୍ପଲିକ୍ଲିକ ଏସବିଆଇ କାର୍ଡ, ସିମ୍ପଲିକ୍ଲିକ ଆଡଭାଣ୍ଟେଜ ଏସବିଆଇ କାର୍ଡ ଏବଂ ଏସବିଆଇ କାର୍ଡ ପ୍ରାଇମ୍ ସହିତ ଅନ୍ୟାନ୍ୟ କାର୍ଡ ମଧ୍ୟ ସାମିଲ ରହିଛି ।

ଡ୍ରାଇଭିଙ୍ଗ ଲାଇସେନ୍ସ ଟେଷ୍ଟ: ଜୁନ୍ ୧ ତାରିଖରୁ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବା ନିୟମରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଥିରେ ଆପଣ ଆରଟିଓ ନ ଯାଇ ମଧ୍ୟ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରସ୍ତୁତ କରିପାରିବେ । ଡ୍ରାଇଭିଙ୍ଗ ଟେଷ୍ଟ ପାଇଁ ମଧ୍ୟ ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ିବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବା ପାଇଁ ଆରଟିଓକୁ ଯାଇ ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡ଼ୁଥିଲା । ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ବଢୁଥିବା ଭୋଟିଙ୍ଗକୁ ଦୃଷ୍ଟିରେ ରଖି ସରକାର ପ୍ରାଇଭେଟ ଆରଟିଓ ସେଣ୍ଟରରେ ଟେଷ୍ଟ ନେବାରେ ବିଚାର କରୁଛନ୍ତି ।

ମାଗଣା ଆଧାର କାର୍ଡ ଅପଡେଟ: ଜୁନ୍ ୧୪ ତାରିଖରୁ ଆଧାର କାର୍ଡ ସହ ସମ୍ବନ୍ଧିତ ଏକ ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିବ । ମାଗଣାରେ ଆଧାର କାର୍ଡ ଅପଡେଟ କରିବାର ଶେଷ ତାରିଖକୁ ଅନେକ ଥର ବୃଦ୍ଧି କରିଛି UIDAI। ତେଣୁ ଏଥର ଏହି ତାରିଖ ବଢାଇବା ନେଇ କମ୍ ସମ୍ଭାବନା ରହିଛି । ତେଣୁ ଏହାକୁ ମାଗଣାରେ ଅପଡେଟ କରିବା ପାଇଁ ୟୁଜରମାନଙ୍କ ହାତରେ ଖୁବ କମ୍ ଦିନ ରହିଛି । ତେଣୁ ଜୁନ୍ ୧୪ ତାରିଖ ପରେ ଆଧାର ଅପଡେଟ କରିବା ପାଇଁ ଆଦାର କେନ୍ଦ୍ରକୁ ଯାଇ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ ।

Get real time updates directly on you device, subscribe now.