ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । ଏଣିକି ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ଆପଣଙ୍କୁ କିଛି ଖାସ୍ କୋଡ୍ ପ୍ରତି ଧ୍ୟାନ ଦେବାକୁ ପଡିବ । ନହେଲେ ପରେ ଆପଣ ଅବସୁବିଧାରେ ପଡିପାରନ୍ତି । କାହିଁକି ନା ଭାରତୀୟ ରେଳ ପକ୍ଷରୁ ସିଟ୍ ବୁକିଂ କୋଡ ଓ କୋଚ କୋଡରେ କିଛି ପରିବର୍ତ୍ତନ କରାଯାଇଛି । ଏହି କୋଡ ମାଧ୍ୟମରେ ଯ୍ରାତୀମାନେ ଟିକେଟ୍ ବୁକିଂ କରୁଥିବା ସମୟରେ ନିଜ ମନପସନ୍ଦର ସିଟ୍ ଚୟନ କରିପାରିବେ । ତେବେ ରେଳବାଇ କିଛି ସ୍ୱତନ୍ତ୍ର କୋଚର ଶୁଭାରମ୍ଭ କରିଛି । ଏଥିରେ ଏସି-୩ ଟିୟରର ଇକୋନମୀ କ୍ଲାସ ବି ସାମିଲ ରହିଛି ।
ପର୍ଯ୍ୟଟକମାନଙ୍କୁ ଧ୍ୟାନରେ ରଖି ରେଳବାଇ ପକ୍ଷରୁ ଭିଷ୍ଟାଡୋମ୍ କୋଚ ପ୍ରସ୍ତୁତ ହୋଇଛି । ଏଥିରେ ଆପଣ ଯାତ୍ରା କରୁଥିବା ବେଳେ ଟ୍ରେନର ଭିତରେ ବସି ମଧ୍ୟ ବାହାରର ନଜର ଦେଖିପାରିବେ । ଏହି କୋଚର ଉପର ବି କାଚରେ ହେବ । ତେବେ ଆସନ୍ତୁ ଜାଣିବା ନୂଆ ବୁକିଂ କୋଡ ଓ କୋଚ୍ ବିଷୟରେ…
କୋଚ୍ କ୍ଲାସ୍ ବୁକିଂ କୋଡ କୋଚ୍ କୋଡ
ଭିଷ୍ଟାଡୋମ୍ V.S. AC DV
ସ୍ଲିପର S.L. S
ଏସି ଚେୟାରକାର C.C C
ଥାର୍ଡ ଏସି 3A B
ଏସି ଥ୍ରୀ ଟିୟର ଇକୋନମୀ 3E M
ସେକେଣ୍ଡ ଏସି 2A A
ଗରିବ ରଥ ଏସି ଥ୍ରୀ ଟିୟର CC J
ଫାର୍ଷ୍ଟ ଏସି 1A H
Executive Class E.C E
Experience Class E.A K
ଫାର୍ଷ୍ଟ କ୍ଲାସ୍ F.C F
ଭିଷ୍ଟାଡୋମ୍ ଏସି E.V E.V