fbpx

୬ ଗୁଣା ମହଙ୍ଗା ହେବ ଗାଡ଼ି ରେଜିଷ୍ଟ୍ରେସନ ଫି

ନୂଆଦିଲ୍ଲୀ: ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ କଲେ ଦେବାକୁ ହେବ ୬ ଗୁଣା ଚାର୍ଜ । ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି । ଏପ୍ରିଲ ୨୦୨୨ରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ । ଟ୍ରକ ଏବଂ ବସ୍ ପରି ବ୍ୟବସାୟିକ ଭାରିଯାନର ଫିଟନେସ ସାର୍ଟିଫିକେଟ ପାଇଁ ଆଠ ଗୁଣା ଫିସ୍ ଦେବାକୁ ହେବ । ପୂର୍ବରୁ ବାଇକ ପାଇଁ ରେଜିଷ୍ଟ୍ରେସନ ଫି ୩୦୦ ଟଙ୍କା ଥିବାବେଳେ ଏବେ ୧ ହଜାର ଟଙ୍କା ଦେବାକୁ ହେବ । ସେହିପରି ୩ ଚକିଆ ଯାନ ପାଇଁ ୬୦୦ ଟଙ୍କା ବଦଳରେ ୨୫୦୦ ଶହ ଟଙ୍କା ଦେବାକୁ ହେବ । କାର ଏବଂ ଜିପ୍ ଭଳି ହାଲୁକା ମୋଟର ଯାନ ପାଇଁ ରେଜିଷ୍ଟ୍ରେସନ ଫି ଥିବାବେଳେ ନୂଆ ନିୟମ ଅନୁସାରେ ୬୦୦ ବଦଳରେ ୫୦୦୦ ଟଙ୍କା ଦେବାକୁ ହେବ । ସେହିପରି ଦାମୀ କାର ପାଇଁ ୫ ହଜାର ଥିବାବେଳେ ଏହା ପାଇଁ ୪୦ ହଜାର ଟଙ୍କା ରହିବ ।

୧୫ ବର୍ଷ ପୁରୁଣା ବ୍ୟବସାୟିକ ଯାନ ପାଇଁ ମଧ୍ୟ ଅଧିକ ରେଜିଷ୍ଟ୍ରେସନ ଫିସ୍ ଦେବାକୁ ପଡ଼ିବ । ଦୁଇ ଚକିଆଯାନ ପାଇଁ ପୂର୍ବରୁ ୫୦୦ ଟଙ୍କା ଥିବାବେଳେ ୧୦୦ ଟଙ୍କା ହେବାକୁ ଯାଉଛି । ତିନି ଚକିଆ ପାଇଁ ୧୦୦୦ ଟଙ୍କା ବଦଳରେ ୩୫୦୦ ଟଙ୍କା ସେହିପରି ଟ୍ୟାକ୍ସି ଏବଂ କ୍ୟାବ ପାଇଁ ୧୦୦୦ ବଦଳରେ ୭୦୦୦ ଟଙ୍କା ହେବ । ସେହିପରି ମଧ୍ୟମ ଧରଣର ମାଲ ଏବଂ ଯାତ୍ରୀ ପରିବହନ ଗାଡ଼ି ୧୩୦୦ ଟଙ୍କା ବଦଳରେ ୧୦୦୦୦ ଟଙ୍କା ଏବଂ ସେହିପରି ଭାରିଯାନ ପାଇଁ ୧୫୦୦ରୁ ୧୨୫୦୦ ଟଙ୍କା କରାଯାଇଛି । ତେବେ ଦିଲ୍ଲୀରେ ନୂଆ ନିୟମର କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ ସେଠାରେ ୧୦ ବର୍ଷରୁ ଅଧିକ ଡିଜେଲ ଏବଂ ୧୫ ବର୍ଷରୁ ଅଧିକ ପେଟ୍ରୋଲ ଗାଡ଼ିକୁ ପୂର୍ବରୁ ବ୍ୟାନ ଘୋଷିତ ହୋଇଛି ।

Get real time updates directly on you device, subscribe now.