New SIM Card Rules: ସରକାରଙ୍କ ନିର୍ଦ୍ଦେଶ, ଏବେ ନୂଆ ସିମ୍ ପାଇଁ ଏହି ଜିନିଷ ଜରୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୂରସଂଚାର ବିଭାଗ (DoT)କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି । ବର୍ତ୍ତମାନ ଠାରୁ ସମସ୍ତ ନୂତନ ସିମ୍ କାର୍ଡ ସଂଯୋଗ ପାଇଁ ଆଧାର କାର୍ଡ ମାଧ୍ୟମରେ ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟତାମୂଳକ ହେବ । ଏହାର ଅର୍ଥ ହେଉଛି ଏବେ ସିମ୍ କାର୍ଡ ପାଇବା ପାଇଁ ଲୋକଙ୍କୁ ସେମାନଙ୍କର ଆଧାର କାର୍ଡ ଦେଖାଇବାକୁ ପଡିବ ଏବଂ ସେମାନଙ୍କ ପରିଚୟ ବାୟୋମେଟ୍ରିକ୍ ଭାବରେ ନିଶ୍ଚିତ କରାଯିବ ।

ଠକେଇରୁ ବର୍ତ୍ତିବା ପାଇଁ ଉପାୟ- ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସିମ କାର୍ଡ ଠକେ ସମ୍ବନ୍ଧୀୟ ଅପରାଧକୁ ରୋକିବା । ପୂର୍ବରୁ ଲୋକମାନେ ଭୋଟର ପରିଚୟପତ୍ର କିମ୍ବା ପାସପୋର୍ଟ ଭଳି ଯେକୌଣସି ସରକାରୀ ଡକ୍ୟୁମେଣ୍ଟ ଆଧାରରେ ଏକ ନୂତନ ସିମ୍ କାର୍ଡ ପାଇପାରୁଥିଲେ। କିନ୍ତୁ ଏବେ ନୂତନ ନିୟମ ଅନୁଯାୟୀ, ସମସ୍ତ ନୂତନ ସିମ୍ କାର୍ଡ ପାଇଁ ଆଧାର କାର୍ଡ ମାଧ୍ୟମରେ ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ବିନା ଦୋକାନୀମାନେ ଆଉ କାହାକୁ ସିମ୍ କାର୍ଡ ଦେଇପାରିବେ ନାହିଁ ।

ବଢିଚାଲିଛି ସ୍କାମ- ଅନେକ ଲୋକ ନକଲି କାଗଜପତ୍ର ବ୍ୟବହାର କରି ସିମ୍ କାର୍ଡ କିଣୁଛନ୍ତି ଏବଂ ସେଗୁଡ଼ିକୁ ଠକେଇ ଏବଂ ଅନ୍ୟାନ୍ୟ ଅପରାଧ ପାଇଁ ବ୍ୟବହାର କରୁଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମସ୍ତ ନୂତନ ସିମ୍ କାର୍ଡ ପାଇଁ ଆଧାର କାର୍ଡ ଯାଞ୍ଚକୁ ବାଧ୍ୟତାମୂଳକ କରିବାକୁ ଦୂରସଂଚାର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।