Facebook-Twitter ପରେ ୟୁଜରଙ୍କ ପାଇଁ ନୂଆ ସୋସିଆଲ ମିଡିଆ: BlueSkyରେ ମଜା ନେବେ ନୂଆ ଯୁବପିଢୀ

ନୂଆଦିଲ୍ଲୀ: ଟ୍ୱିଟର ତିଆରି କରିବାରେ ସଫଳତା ପାଇବା ପରେ ଆଉ ଏକ ସଫଳତା ଅଭିମୁଖେ ବାହାରିଛନ୍ତି ଜ୍ୟାକ ଡୋର୍ସି। କମ୍ପାନୀର ନୂଆ ସିଇଓ ଏଲନ ମସ୍କଙ୍କ କଡ଼ା ଚାଲେଞ୍ଜ ଦେବାକୁ ସେ ଆଣିଛନ୍ତି ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ । ‘BlueSky’ ନାମକ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରସ୍ତୁତ କରୁଛନ୍ତି ଜ୍ୟାକ ଡୋର୍ସି । ଆମେରିକାରେ ଏହି ପ୍ଲାଟଫର୍ମକୁ ଦମଦାର ରେସପନ୍ସ ମିଳିଛି । ଆମେରିକାରେ ପ୍ରାୟ ଦେଢ ଲକ୍ଷ ୟୁଜର ଏକ୍ସ ପ୍ଲାଟଫର୍ମ ଛାଡ଼ି BlueSky ଆପଣାଇଛନ୍ତି । ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ସମର୍ଥନ କରିବା ପରେ ଏକ୍ସରୁ ଦୂରେଇବା ଆରମ୍ଭ କରିଛନ୍ତି ୟୁଜର ।

BlueSky ହେଉଛି ଏକ ଡିସେଣ୍ଟ୍ରାଲାଇଜଡ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ । ୨୦୧୯ ମସିହାରେ ଜ୍ୟାକ ଡୋର୍ସି ଏହି ଆପ୍ ର ଶୁଭାରମ୍ଭ କରିଥିଲେ । ପ୍ରଥମେ ଏହି ପ୍ଲାଟଫର୍ମ ଇନଭାଇଟ ଓନଲି ବେସ୍ଡ ରହିଥିଲା । ଏହାଦ୍ୱାରା ଡେଭଲପର୍ସ ନୂଆ ଫିଚର୍ସ ଯାଞ୍ଚ କରିପାରିବେ । BlueSkyର ସିଇଓ ଜେ ବ୍ରେଗର ବର୍ତ୍ତମାନ ପ୍ରୋଜେକ୍ଟକୁ ଲିଡ୍ କରୁଛନ୍ତି । ଏହା ଏକ ପବ୍ଲିକ କର୍ପୋରେସନକୁ ଅପରେଟ୍ କରିଥାଏ ।

ଫିଚର୍ସ:

  • BlueSky ଉପଭୋକ୍ତାମାନଙ୍କୁ ଛୋଟ ବାର୍ତ୍ତା ପୋଷ୍ଟ କରିବା ସହିତ ଫଟୋ ଏବଂ ଭିଡିଓ ପୋଷ୍ଟ କରିବାକୁ ଅନୁମତି ଦିଏ ।
  • ୟୁଜର୍ସ BlueSky ଆପ୍ ମାଧ୍ୟମରେ ସିଧାସଳଖ ବାର୍ତ୍ତା ପଠାଇ ପାରିବେ ।
  • ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଚର ହେଉଛି ଡିସେଣ୍ଟ୍ରାଲାଇଜଡ ଫ୍ରେମୱର୍କ । ଏହା ଡାଟା ଷ୍ଟୋରେଜ ତିଆରି କରିଥାଏ ।
  • ଏକ୍ସରୁ କିଛି ଭିନ୍ନ କରିବା ପାଇଁ BlueSky ଆଲଗୋରିଦମ ଫିଡ୍ ଉପଯୋଗ କରିଥାଏ ।
  • BlueSky ଭିଜିବଲ କଣ୍ଟେଣ୍ଟକୁ ୟୁଜର୍ସ ଫଲୋ କରିଥିବା ଆକାଉଣ୍ଟରୁ ପୋଷ୍ଟ ପର୍ଯ୍ୟନ୍ତ ସୀମିତ ରଖିଥାଏ ।