fbpx

ଖୁସି ଖବର; ଓଡିଶା ସରକାରଙ୍କ ନୂଆ Sofware: ଓଡିଆ ଟାଇପିଙ୍ଗ ପାଇଁ ‘ଆମ ଲିପି’ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଆ ଭାଷା ଏବଂ ଓଡିଶାବାସୀଙ୍କ ପାଇଁ ରାଜ୍ୟ ସରକାର ଆଣୁଛନ୍ତି ଏକ ଗୌରବର ମୁହୂର୍ତ୍ତ । ଏଣିକି କମ୍ପ୍ୟୁଟର ବି ବୁଝି ପାରିବ ଆମର ଓଡିଆ ଭାଷା । ଟାଇପିଙ୍ଗ ଶିଖି ନଥିବା ବ୍ୟକ୍ତି ମଧ୍ୟ ଅତି ସହଜରେ ଓଡିଆରେ ଟାଇପ୍ କରିପାରିବେ । ଏଥିପାଇଁ ଓଡିଶା ସରକାର ଏକ ନୂଆ ସଫ୍ଟଓୟାର ପ୍ରସ୍ତୁତ କରୁଥିବା ବେଳେ ଖୁବଶୀଘ୍ର ଏହାକୁ ଲଞ୍ଚ କରାଯିବ । ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକୁ ସହଜ କରିବା ପାଇଁ ସରକାର ୟୁନିକୋଡ ଫୋନେଟିକ୍ ସଫ୍ଟଓୟାର ‘ଆମ ଲିପି’ କାର୍ଯ୍ୟକାରୀ ବରିବେ ରାଜ୍ୟ ସରକାର ।

ଭୁବନେଶ୍ୱରର ଓଡିଆ ଅଧ୍ୟନ ଏବଂ ଗବେଷଣା ସଂସ୍ଥା ପକ୍ଷରୁ ଏହି ସଫ୍ଟଓୟାର ପ୍ରସ୍ତୁତ କରାଯାଉଛି । ୨୦୧୭ରୁ ଏହାର ପ୍ରସ୍ତୁତି ପାଇଁ ଚେଷ୍ଟା କରାଯାଉଥିବା ବେଳେ ଏବବେ ଏହାର ପ୍ରସ୍ତୁତିପର୍ବ ଶେଷ ହୋଇଛି । କମ୍ପ୍ୟୁଟରରେ ଏହାକୁ ଇନଷ୍ଟାଲ କରିବା ଅତି ସହ ଏବଂ ମାତ୍ର ୧୦ ସେକେଣ୍ଡରେ ଏହା ଇନଷ୍ଟାଲ ହୋଇ ପାରିବ । ଏଥିପାଇଁ ଆଇଟି ମଞ୍ଜୁରୀ ମଧ୍ୟ ଦେଇ ସାରିଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ଏହାର ପରୀକ୍ଷା ଚାଲିଥିବା ବେଳେ ଆଗକୁ ଏହା ନିର୍ଭୁଲ ଭାବରେ ଓଡିଆ ଶବ୍ଦ ଟାଇପ କରିବା ପାଇଁ ସହଜ ସଫ୍ଟଓୟାର ହେବ ବୋଲି ଆଶା ରହିଛି । ଅନ୍ୟ ଓଡିଆ ଫୋନେଟିକରେ ଓଡିଆ ଟାଇପିଙ୍ଗରେ ବିଭିନ୍ନ ସମସ୍ୟା ଦେଖା ଯାଉଥିଲା । ତେଣୁ ଏହି ସମସ୍ୟାର ସମାଧାନ ରୂପରେ ‘ଆମ ଲିପି’କୁ ବିକଶିତ କରୁଛନ୍ତି ରାଜ୍ୟ ସରକାର ।

ଓଡିଆ କି-ବୋର୍ଡ କିମ୍ବା ଟାଇପିଙ୍ଗ ବିଷୟରେ ଅଜଣା ଥିବା ବ୍ୟକ୍ତି ମଧ୍ୟ ଏହାକୁ ଅତି ସହଜରେ ବ୍ୟବହାର କରିପାରିବେ । ପିଲାଠୁ ବୁଢା ସମସ୍ତେ ଏହାକୁ ବ୍ୟବହାର କରି ଯୁକ୍ତାକ୍ଷର ସହିତ ବର୍ଣ୍ଣ ଏବଂ ଫଳା ମଧ୍ୟ ଲେଖିପାରିବେ ବୋଲି କୁହାଯାଇଛି । ବର୍ତ୍ତମାନ ସରକାରଙ୍କୁ ଶ୍ରେଷ୍ଠ ଗୁଣବତ୍ତା ଥିବା ୨୦୦୦ ଓଡିଆ ଫଣ୍ଟ ପ୍ରଦାନ କରିବା ଦିଗରେ କାମ ଚାଲୁଥିବା କହିଛନ୍ତି ଓଡିଆ ଅଧ୍ୟନ ଏବଂ ଗବେଷଣା ସଂସ୍ଥାର ସଦସ୍ୟ ଡ. ସୁବ୍ରତ କୁମାର ପୃଷ୍ଟି । ତେବେ ବିଶେଷ କରି ପରୀକ୍ଷାରେ ଦେଖା ଦେଉଥିବା ତ୍ରୁଟି ପ୍ରାୟତଃ ଏହି ଓଡିଆ ଫଣ୍ଟ ଯୋଗୁଁ ଦେଖାଯାଇଥାଏ । କିନ୍ତୁ ଆମ ଲିପି ର ବ୍ୟବହାରରେ ଏହି ସମସ୍ୟା ଆଗକୁ କମ୍ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.