fbpx

ନୂଆ ମାସରେ ନୂଆ ଟ୍ରାଫିକ ନିୟମ… ଆଜିଠୁ ଲାଗୁ ହେଲା ନୂଆ ଟ୍ରାଫିକ ଆଇନ୍: ଭାଙ୍ଗିଲେ ଜରିମାନା

ନୂଆଦିଲ୍ଲୀ: ଆଜିଠାରୁ ସେପ୍ଟେମ୍ବର ମାସ ଆରମ୍ଭ ହୋଇଯାଇଛି । ନୂଆ ମାସରେ ଅନେକ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାସହିତ ବଦଳି ଯାଇଛି ଟ୍ରାଫିକ ସହ ଜଡ଼ିତ କିଛି ନିୟମ । ଦୁଇ ଚକିଆ ଗାଡ଼ିଚାଳକ ମାନଙ୍କ ପାଇଁ ଟ୍ରାଫିକ ନିୟମରେ ମଧ୍ୟ ପରିବର୍ତ୍ତନ କରିଛନ୍ତି ସରକାର । ଏଣିକି ଗାଡ଼ି ଚଳାଇବା ସମୟରେ ଅନେକ କିଛି ନିୟମ ମାନିବାକୁ ପଡ଼ିବ । ନଚେତ୍ ବଡ଼ ଧରଣର ଜରିମାନା ଲାଗୁ କରିପାରନ୍ତି ଟ୍ରାଫିକ କର୍ମଚାରୀ । ମେଟର ଭେହିକିଲ ନିୟମ ଅନୁସାରେ, ଏଣିକି ବାଇକ୍ ଚଳାଇବା ସମୟରେ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ପାଇଁ ବାଧ୍ୟ ହେବେ । ତେବେ ଦେଶର ଅଧିକାଂଶ ଅଞ୍ଚଳରେ ଏହାକୁ ପାଳନ କରାଯାଉ ନାହିଁ ।

ସୂଚନା ଅନୁସାରେ, ହାଇକୋର୍ଟ ଆଦେଶ ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନାରେ ଆଜିଠାରୁ ଏକ ନୂଆ ଟ୍ରାଫିକ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁସାରେ, ବାଇକ ଚଳାଇବା ସମୟରେ ପଛରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସହରରେ ବୃଦ୍ଧି ପାଉଥିବା ଦୁର୍ଘଟଣା ମାମଲାକୁ ଦୃଷ୍ଟିରେ ରଖି ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିୟମକୁ ଉଲ୍ଲଙ୍ଘନ କଲେ ସରକାରଙ୍କ ତରଫରୁ ୧୦୩୫ ଟଙ୍କା ଜରିମାନା ଆଦାୟ କରାଯିବ । ଏହାବ୍ୟତୀତ ୩ ମାସ ପର୍ଯ୍ୟନ୍ତ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ । ତେବେ ଜରିମାନାରୁ ରକ୍ଷା ପାଇବା ପାଇଁ ଯେକୌଣସି ହେଲମେଟ ଗ୍ରହଣ କରାଯିବ ନାହିଁ । ଏଥିପାଇଁ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତିଙ୍କୁ ଆଇଏସଆଇ ମାର୍କ ଥିବା ହେଲମେଟ ପିନ୍ଧିବା ଅନିବାର୍ଯ୍ୟ ରହିବ । ନଚେତ୍ ଏହା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ।

ଦେଶର ବିଭିନ୍ନ ସହରରେ ଗାଡ଼ି ଚାଳକଙ୍କ ସହିତ ପଛରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଲମେଟ ପିନ୍ଧିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ନିୟମକୁ କଡ଼ା କଡ଼ି ଭାବରେ ପାଳନ କରିବା ପାଇଁ ନାଗରିକମାନଙ୍କୁ ଆଦେଶ ଦେଇଛନ୍ତି ସରକାର । ଏଥିରେ ଖିଲାପ ହେଲେ ଜରିମାନା ଆଦାୟ କରିବା ପାଇଁ ଟ୍ରାଫିକ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର । କିନ୍ତୁ ଅନ୍ୟ କିଛି ରାଜ୍ୟରେ ଏହି ନିୟମ କେବଳ ଚାଳକଙ୍କ ପାଇଁ ଲାଗୁ କରାଯାଉଛି ।

Get real time updates directly on you device, subscribe now.