fbpx

ଆମେରିକାରେ ନୂଆ ଟ୍ରେଣ୍ଡ: ବାହାଘରରେ ଗିପ୍ଟ ନୁହେଁ, ଟଙ୍କା ମାଗୁଛନ୍ତି ବର-କନ୍ୟା

ୱାଂଶିଟନ୍: ବାହାଘର ଋତୁ ଆସିଲେ ବନ୍ଧୁମାନେ ବର-କନ୍ୟାକୁ ଗିପ୍ଟ ଦେବା ଭୁଲନ୍ତି ନାହିଁ । ପ୍ରତ୍ୟେକ ବନ୍ଧୁ ନିଜ ନିଜର ସ୍ଥିତି ଅନୁସାରେ ନୂଆ ଦମ୍ପତ୍ତିଙ୍କୁ ଉପହାର ଦେଇଥାନ୍ତି । କିନ୍ତୁ ଯେତେବେଳେ ସେହି ବନ୍ଧୁଙ୍କୁ ଗିପ୍ଟ ବଦଳରେ ଟଙ୍କା ଦେବାକୁ କୁହାଯିବ, ତେବେ କ’ଣ ହେବ ଭାବିଛନ୍ତି କି? ଆମେରିକାରେ ଆଜିକାଲି ସେହି ଟ୍ରେଣ୍ଡ ଚାଲୁଛି, ଯେଉଁଥିରେ ବର-କନ୍ୟା ନିଜ ବାହାଘରରେ ଗିପ୍ଟ ମାଗୁନାହିଁନ୍ତି ବରଂ ଟଙ୍କା ଦାବି କରୁଛନ୍ତି । କିନ୍ତୁ ଏହା ପଛରେ ବି ଏକ କାରଣ ରହିଛି ।

ତେବେ ଆମ ସମସ୍ତେ ଜାଣୁ କି, କରୋନା ସମଗ୍ର ଦୁନିଆରେ ଆତଙ୍କ ଖେଳାଇଛି । ଲକଡାଉନ୍ ଲାଗିବା କାରଣରୁ ସମସ୍ତଙ୍କ ଅବସ୍ଥା ଖରାପ ହୋଇଛି । ଏହି କାରଣ ଯୋଗୁଁ ଆମେରିକାର ଯୁବପିଢ଼ି ଏବେ ଗିପ୍ଟ ନୁହେଁ ବରଂ ଏହାର ବଦଳରେ ଟଙ୍କା ମାଗୁଛନ୍ତି ।

ଏଥିପାଇଁ ଲୋକମାନେ ନିମନ୍ତ୍ରଣ ପତ୍ରରେ ଲେଖୁଛନ୍ତି କି, ‘ବିହାଘରରେ ଆସ । ଖାଇବା ଖାଅ ଓ ଜବରଦସ୍ତ ମସ୍ତି କର । ଯଦି ଆପଣ ଗିପ୍ଟ ବିଷୟରେ ଭାବୁଛନ୍ତି, ତେବେ ତାହା ନଆଣି ବଦଳରେ ଟଙ୍କା ଦେଇ ଯାଆନ୍ତୁ ।’ ଆମେରିକାରେ ଚାଲୁଥିବା ଏହି ଟ୍ରେଣ୍ଡ ଅନୁସାରେ, ନୂଆ ଦମ୍ପତ୍ତିମାନେ ଟଙ୍କା ମାଗିବାରେ ଲାଜ କରିନଥାନ୍ତି । ଏହି ମାମଲାରେ ଏକ ଦମ୍ପତ୍ତତି କହିଛନ୍ତି କି, ବହୁତ ଅନାବଶ୍ୟକ ଗିପ୍ଟ ମିଳିଠାରୁ ଭଲ ଟଙ୍କା ମିଳିବା । କାରଣ ସେହି ଟଙ୍କାରେ ଆପଣ ନିଜ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ।

Get real time updates directly on you device, subscribe now.