fbpx

ନୂଆବର୍ଷରୁ ବଦଳିଯିବ ନିୟମ: ୧୦ହଜାରରୁ ଅଧିକ ଟଙ୍କା ଜମା ଉପରେ ବ୍ୟାଙ୍କ ନେବ ଚାର୍ଜ

ନୂଆଦିଲ୍ଲୀ: କିଛିଦିନ ପରେ ୨୦୨୧ ଶେଷ ହେବ ଓ ୨୦୨୨ ଆରମ୍ଭ ହେବ । ଏହାସହ ଦେଶରେ କିଛି ବଡ ନିୟମର ବି ପରିବର୍ତ୍ତନ ହେବାକୁ ଯାଉଛି । ବିଶେଷ କରି ୨୦୨୨ ଜାନୁଆରି ପହିଲାରୁ ବ୍ୟାଙ୍କର କିଛି ପୁରୁଣା ନିୟମର ପରିବର୍ତ୍ତନ ହେବାକୁ ଯାଉଛି । ଏହି କ୍ରମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତା’ର ଜମା ନିୟମରେ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଏହି ବ୍ୟାଙ୍କର ଖାତାଧାରକମାନଙ୍କୁ ଏବେ ଏକ ଲିମିଟରେ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବାକୁ ପଡିବ । ଏହି ନିୟମ ଜାନୁଆରି ପହିଲାଠାରୁ ଲାଗୁ ହେବାକୁ ଯାଉଛି ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୩ ପ୍ରକାର ସଞ୍ଚୟ ଖାତା ଖୋଲାଯାଇଥାଏ । ଏହି ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ଅପେକ୍ଷା ଅଧିକ କିଛି ସୁବିଧା ତାର ଗ୍ରାହକମାନଙ୍କୁ ଯୋଗାଇଥାଏ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ବାଣିଜ୍ୟ ସଞ୍ଚୟ ଖାତାରୁ ପ୍ରତିମାସ ୪ ଥର ବିନା ଶୁଳ୍କରେ ଟଙ୍କା ଉଠାଇ ପାରିବେ । କିନ୍ତୁ ପଞ୍ଚମ ଥରଠାରୁ ପ୍ରତି ଉଠାଣ ଉପରେ ଗ୍ରାହକଙ୍କୁ ୨୫ ଟଙ୍କା ଦେବାକୁ ହେବ । ହେଲେ ବାଣିଜ୍ୟ ସଞ୍ଚୟ ଖାତାରେ ଟଙ୍କା ଜମା କରିବା ନେଇ କୌଣସି ଦେୟ ଲାଗିବ ନାହିଁ ବୋଲି ଜଣାପଡିଛି ।

Get real time updates directly on you device, subscribe now.