fbpx
BJD SKY
BJD SKY

ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍: ଭାରତ ବିରୋଧରେ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା

BJD

ସାଉଥମ୍ପଟନ : ନ୍ୟୁଜିଲାଣ୍ଡ ଦଳ ଭାରତ ବିପକ୍ଷ  ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ  ଟେଷ୍ଟ ମ୍ୟାଚ୍ ଖେଳିନଥିବା ଅଧିନାୟକ କେନ ଓ୍ଵିଲିୟମସନ, ଦ୍ରୁତ ବୋଲର ଟିମ୍ ସାଉଦି, ଓ୍ଵିକେଟ୍ କିପର ବିଜେ ଓ୍ଵାଟଲିଂ ଓ ଅଲରାଉଣ୍ଡର କୋଲିନ ଡି ଗ୍ରାଣ୍ଡହୋମଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଓ୍ଵିଲିୟମସନ ଓ ଓ୍ଵାଟଲିଂ ଆଘାତ କାରଣରୁ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ମ୍ୟାଚ୍ ଖେଳି ପାରିନଥିଲେ।

ଆଜବେଷ୍ଟନ ଟେଷ୍ଟ ଖେଳିଥିବା ଟମ୍ ବେଣ୍ଡଲଙ୍କୁ ୧୫ ଜଣିଆ ଦଳରେ ଓ୍ଵିକେଟ୍ କିପର ଓ୍ଵାଟଲିଙ୍ଗଙ୍କ କଭର ଖେଳାଳି ଭାବେ ସାମିଲ କରାଯାଇଛି। ଭାରତ ବିପକ୍ଷ  ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ କିଓ୍ଵି ଦଳ ଦ୍ରୁତ ବୋଲର ଅଲାଉଣ୍ଡର କୋଲିନ ଡି ଗ୍ରାଣ୍ଡହୋମ ଓ ୩୨ ବର୍ଷୀୟ ବାମହାତୀ ସ୍ପିନର ଏଜାଜ ପଟେଲଙ୍କ ସହ ମଇଦାନକୁ ଓହ୍ଲାଇବ। ଏଜାଜଙ୍କ ଚୟନ ପରେ ଏହା ନିଶ୍ଚିତ ହୋଇଛି ଯେ, ଫାଇନାଲ୍ ମୁକାବିଲାରେ ସ୍ପିନର ଭାବେ ମିଚେଲ ସାଣ୍ଟନରଙ୍କୁ ସ୍ଥାନ ମିଳିବ ନାହିଁ। ୧୫ ଜଣିଆ ଦଳରେ ବିଲ ୟଙ୍ଗ ମଧ୍ୟ ରହିଛନ୍ତି। ତାଙ୍କୁ ବିଶେଷଜ୍ଞ ବ୍ୟାଟସମ୍ୟାନ ଭାବେ ଦଳରେ ସୁଯୋଗ ମିଳିଛି।

ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ

କେନ ଓ୍ଵିଲିୟମସନ, ଟମ୍ ବ୍ଲେଣ୍ଡଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ କନଓ୍ଵେ, କୋଲିନ ଡି ଗ୍ରାଣ୍ଡହୋମ, ମ୍ୟାଟ୍ ହେନରୀ, କାଇଲ ଜେମିସନ, ଟମ୍ ଲାଥମ, ହେନରି ନିକୋଲାସ, ଏଜାଜ ପଟେଲ, ଟିମ୍ ସାଉଦି, ରସ ଟେଲର, ନିଲ ଓ୍ଵାଗନର, ବିଜେ ଓ୍ଵାଟଲିଂ, ବିଲ ୟଙ୍ଗ।

ଏହା ପୂର୍ବରୁ କିଓ୍ଵି ଦଳ ଇଂଲଣ୍ଡକୁ ଦୁଇ ମ୍ୟାଚର ଟେଷ୍ଟ ସିରିଜରେ ୧-୦ରେ ପରାସ୍ତ କରିଛି। ୨୨ ବର୍ଷ ପରେ ନ୍ୟୁଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଛି। ଏଥିସହ ଟେଷ୍ଟ ମାନ୍ୟତାରେ ଦଳ ଭାରତକୁ ପଛରେ ପକାଇ ଶୀର୍ଷରେ ରହିଛି। ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପୂର୍ବରୁ ଦଳର ମନୋବଳ ଉର୍ଦ୍ଧ୍ଵରେ ରହିଛି।

Get real time updates directly on you device, subscribe now.