fbpx

ଚୀନ-ପାକିସ୍ତାନ ପାଖରେ ରହିଛି ଅଧିକ ଆଣବିକ ଅସ୍ତ୍ର ଶସ୍ତ୍ର, ତଥାପି ଭାରତ ସାମ୍ନାରେ ତିଷ୍ଠି ପାରିବେନି ଦୁଇ ଦେଶ

ନୂଆଦିଲ୍ଲୀ : ସମଗ୍ର ଦୁନିଆରେ ଆଣବିକ ଅସ୍ତ୍ର ଶସ୍ତ୍ରକୁ ନେଇ ପ୍ରତିଯୋଗିତା ଜାରି ରହିଛି। ପରମାଣୁ ଅସ୍ତ୍ର ଶସ୍ତ୍ର ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ  ସଂସ୍ଥା ଷ୍କଟହମ ଇଣ୍ଟରନ୍ୟାସନାଲ ପିସ୍ ଇନଷ୍ଟିଚ୍ୟୁଟ୍(ଏସଆଇପିଆରଆଇ) ନିଜ ରିପୋର୍ଟରେ ଦାବି କରିଛି ଯେ, ଗତ ବର୍ଷ ତୂଳନାରେ ଚଳିତ ବର୍ଷ ଆଣବିକ ଅସ୍ତ୍ର ଶସ୍ତ୍ର ସଂଖ୍ୟାରେ ବୃଦ୍ଧି ଘଟିଛି। ଏହି ରିପୋର୍ଟ ଅନୁଯାୟୀ, ଚୀନ ଓ ପାକିସ୍ତାନ ତୂଳନାରେ ଭାରତ ପାଖରେ କମ ପରିମାଣୁ ହତିଆର ରହିଛି।

ଏସଆଇପିଆରଆଇର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚୀନ ପାଖରେ ୩୫୦ ଆଣବିକ ଅସ୍ତ୍ର ଶସ୍ତ୍ର ରହିଛି। ସେହି ପରି ପାକିସ୍ତାନ ପାଖରେ ୧୬୫ ଅସ୍ତ୍ର ରହିଥିବା ବେଳେ ଭାରତ ପାଖରେ ରହିଛି ମୋଟ୍ ୧୫୬ ଆଣବିକ ଅସ୍ତ୍ର ଶସ୍ତ୍ର । ବର୍ତ୍ତମାନ ସମସ୍ତ ଦେଶ ପାଖରେ ମୋଟ୍ ୧୩,୦୮୦ ଆଣବିକ ହତିଆର ଥିବା ରିପୋର୍ଟରେ ଦାବି କରାଯାଇଛି। ଏଥିରେ ସବୁଠୁ ଅଧିକ ୬୨୫୫ ଆଣବିକ ଅସ୍ତ୍ର ଶସ୍ତ୍ର ରୁଷ ପାଖରେ ରହିଛି। ଆମେରିକା ୫୫୫୦ ହତିଆର ସହ ଦ୍ଵିତୀୟରେ ରହିଛି।

ଫ୍ରାନ୍ସ ପାଖରେ ମୋଟ୍ ୨୯୦, ବ୍ରିଟେନ୍ ପାଖରେ ୨୨୫, ଇସ୍ରାଏଲ ପାଖରେ ୯୦ ଓ ଉତର କୋରିଆ ପାଖରେ ୪୦ ରୁ ୫୦ ପରମାଣୁ ଅସ୍ତ୍ର ଶସ୍ତ୍ର ରହିଛି। ଭାରତ ପାଖରେ ଚୀନ ଓ ପାକିସ୍ତାନ ଅପେକ୍ଷା କମ ପରମାଣୁ ହତିଆର ରହିଛି। ମାତ୍ର ଏହି ଦୁଇ ଦେଶ ଭାରତଠୁ କିଛି ମାମଲାରେ ପଛରେ  ରହିଛନ୍ତି। ଭାରତୀୟ ଅଧିକାରୀଙ୍କ କହିବା କଥା କେଉଁ ଦେଶ ପାଖରେ କେତେ ଆଣବିକ ଅସ୍ତ୍ର ଶସ୍ତ୍ର ରହିଛି ତାହା ଗୁରୁତ୍ଵ ନୁହେଁ ଗୁରୁତ୍ଵପୂର୍ଣ୍ଣ ଏହା ଯେ, ସେମାନଙ୍କ ପାଖରେ ଡେଲିଭରି ସିଷ୍ଟମ କେମିତି ରହିଛି। ଅଧିକାରୀଙ୍କ ଅନୁଯାୟୀ, ନିଃସନ୍ଦେହ ପାକିସ୍ତାନକୁ ଉତ୍ତର କୋରିଆ ସହ ଫାଇଦା ମିଳିଛି। କିନ୍ତୁ ଭାରତ ମଧ୍ୟ ଆଧୁନିକୀକରଣ ଓ ଅନ୍ୟ ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛି।

ଭାରତ ପାଖରେ କମ ପରମାଣୁ ହତିଆର ଥିଲେ ମଧ୍ୟ, ଆମ ପାଖରେ ଅଗ୍ନି-୫ ଇଣ୍ଟରକଣ୍ଟିନାଲ ବାଲାଷ୍ଟିକ ମିସାଇଲ ପରି ଶକ୍ତିଶାଳୀ ଆଣବିକ ଅସ୍ତ୍ର ରହିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୫୦୦୦ କିମିରୁ ଅଧିକ ରହିଛି। ଏହାର ପରିଧିରେ ଚୀନ ସହ ପୂରା ଏସିଆ ଆସୁଛି। ଏଥିରେ ୟୁରୋପ ଓ ଆଫ୍ରିକା ଦେଶ ମଧ୍ୟ ଆସୁଛନ୍ତି। ଏହି ପରି ଭାରତ ପାଖରେ ରାଫେଲ ଲଢୁଆ ବିମାନ ମଧ୍ୟ ରହିଛି। ଏହା ବ୍ୟତୀତ ଭାରତ ପାଖରେ ଆଣବିକ ସଂପନ୍ନ ବୁଡାଜାହାଜ ଆଇଏନଏସ ଅରିହନ୍ତ ମଧ୍ୟ ରହିଛି। ଏସବୁ ଶତ୍ରୁ ପକ୍ଷକୁ ନିମିଷକେ ଧ୍ଵଂସ କରିବାର କ୍ଷମତା ରଖିଛନ୍ତି।

 

Get real time updates directly on you device, subscribe now.