ଅଳିଆ ଗଦାରେ ନବଜାତକ ଶିଶୁର ମୃତଦେହ, ଝୁଣି ଖାଉଛନ୍ତି ବୁଲା କୁକୁର !
ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଯିଏ ଦେଖୁଛି ତା ଦେହ ଶିତେଇ ଉଠୁଛି। ଆଉ ସେହି ରାକ୍ଷସୀ ମାଆକୁ ଗାଳି ଦେଉଛି।
ସୁନ୍ଦରଗଡ଼: ଚର୍ଚ୍ଚାରେ ସୁନ୍ଦରଗଡ଼। ସାମ୍ନାକୁ ଆସିଛି ଏକ ଏମାନବୀୟ ଘଟଣା। ଯାହାକୁ ଶୁଣିଲେ ଆପଣଙ୍କ ଦେହବି ଶିତେଇ ଉଠିବ। କାରଣ ଘଟଣାଟି ହିଁ ସେମିତ। ରାସ୍ତା କଡ଼ରେ ଜରି ଭିତରେ ଗୁଡେଇ ହୋଇ ଅଳିଆ ଗଦାରେ ପଡିଛି ନବଜାତକ ଶିଶୁକନ୍ୟାର ମୃତଦେହ। ଆଉ ସେହି ମୃତଦେହକୁ ଝୁଣିଝୁଣି ଖାଉଛି ବୁଲା କୁକୁର।
ତେବେ ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି କ’ଣ ଫାଟି ପଡିବନି। ଆପଣଙ୍କ ପାଟିରୁ ଆହା ପଦେ ବାହାରିବନି। କ’ଣ ସେହି ପିଶାଚିନୀ ନୃଶଂସ ମାଆକୁ ଗାଳି ଦେବାକୁ ଇଚ୍ଛା ହେବନି। ହଁ ଏହି ଦୃଶ୍ୟ ଯିଏ ଦେଖୁଥିଲା ସିଏବି ଠିକ୍ ଏମିତି କରୁଥିଲା।
ଯଦି ପିଲା ଜନ୍ମ କରି ପୋଷିବାର କ୍ଷମତା ନାହିଁ ତାହାଲେ କୌଣସି ଅନାଥାଶ୍ରମରେ ଦେଇପାରିଥାନ୍ତା। ଏମିତିକି ଅନେକ ସରକାରୀ ସଂସ୍ଥା ଅଛନ୍ତି ଯେଉଁଠାରେ ପିଲାର ଲାଳନ ପାଳନ ଭଲରେ ହୋଇପାରିଥାନ୍ତା। ହେଲେ ଏମିତି ସେ ମାଆ ଯେ, ତା ମନରେ ଟିକେ ଦୟାମାୟା ଆସିଲାନି।
ନିଷ୍ପାପ କଅଁଳ ଶିଶୁଟିର ମୃତଦେହକୁ ଜରିରେ ଗୁଡେଇ ଅଳିଆ ଗଦାରେ ଫୋପାଡି ଦେଇ ଚାଲିଗଲା। ହଁ ଏପରି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଟାଉନ ଥାନା ମହେଶଡିହି ଥିମ ପାର୍କ ନିକଟ ରାସ୍ତାରେ। ଏକ ନବଜାକତ ଶିଶୁକନ୍ୟାର ମୃତଦେହକୁ ବୁଲା କୁକୁର ଝୁଣି ଖାଉଥିବାର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ହେଲେ କିଏ ଓ କାହିଁକି ଫୋଫଡ଼ିଲା ନବଜାତକ ଶିଶୁ କନ୍ୟାକୁ ତାହାର ତଦନ୍ତ କରୁଛି ସୁନ୍ଦରଗଡ଼ ଟାଉନ ଥାନା ପୋଲିସ। ତେବେ ସୁନ୍ଦରଗଡ଼ ସହର ସାରା ଚର୍ଚ୍ଚା କୌଣସି କୁମାରୀ ମାଆ ବେଆଇନ ଗର୍ଭପାତ କରାଇ ମୃତଦେହକୁ ଫୋପାଡ଼ି ଚାଲିଯାଇଛି। ପାପ ଅର୍ଜିତ ସନ୍ତାନକୁ ଶେଷ ସଂସ୍କାର କରିବାକୁ ସାହାସ କରିପାରି ନାହିଁ।
କିଏ ଓ କାହିଁକି ଅଳିଆ ଗଦାରେ ଫୋଫଡ଼ିଲା ନବଜାତକ ଶିଶୁ କନ୍ୟାର ମୃତଦେହ ? ପୋଲିସ ତାହାର ଖୋଳତାଡ଼ ଆରମ୍ଭ କରିଛି। ଅଂଚଳର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି।
ସୁନ୍ଦରଗଡ଼ରେ ନବଜାତକ ଶିଶୁ କନ୍ୟାର ମୃତଦେହକୁ କୁକୁରୁ ଝୁଣି ଖାଇବାର ଖବର ପ୍ରମାଣ ଦେଉଛି ଯେ ଏବେ ବି କେମିତି ଅଲୋଡା ହୋଇପଡୁଛି ଶିଶୁକନ୍ୟା। ଅବାଞ୍ଝିତ ମାତୃତ୍ୱ କେମିତି ସମାଜକୁ ସାମ୍ନା କରିବାକୁ ଭୟ କରୁଛି।