fbpx

ପ୍ରେମ ବିବାହର ଅନ୍ତରାଳେ ବର୍ଷାଙ୍କୁ ମାରିଦେଲେ! ରାଜଧାନୀରେ ନବବଧୂକୁ ହତ୍ୟା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ସଂକଟ କାଳରେ ଗୋଟିଏ ପରେ ଗୋଟିଏ ଦୁଃସମ୍ବାଦ ମିଳୁଛି । ହତ୍ୟା, ଲୁଟ୍, ଛିନତାଇ ଆଦି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମୁନାହିଁ । ଏହିକ୍ରମରେ ଆଜି ରାଜ୍ୟ ରାଜଧାନୀରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରୁ ନବବଧୂଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ମୃତ ନବବଧୂଙ୍କ ପରିଚୟ ପାଇଛି ପୋଲିସ୍ । ସେ ହେଉଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳର ବର୍ଷା ଇୟାଲ୍। ୬ ମାସ ତଳେ ସୁନିଲ କୁସିଲିଆଙ୍କ ସହ ବର୍ଷାଙ୍କ ପ୍ରେମ ବିବାହ ହୋଇଥିଲା । ପରେ ସେମାନେ ରାଜଧାନୀର ନୂଆପଲ୍ଲୀ ଅଞ୍ଚଳରେ ରହୁଥିଲେ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ବର୍ଷାଙ୍କ ମୃତ୍ୟୁ ଘଟିଲା ସେନେଇ ସ୍ପଷ୍ଟ ହୋଇପାରିନି । ପାରିପାଶ୍ୱର୍ିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ହେଉଛି । ପୋଲିସ୍ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.