(Video) ଦେଖିଲେ ଆଖି ଝଲସି ଯାଉଛି, ମଝି ରାସ୍ତାରେ ଝୁମିଲେ ବର-କନିଆଁ, ଆଉ ତା’ ପରେ…..

ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ । ବର ଖଣ୍ଡା ହଲାଇଲା, କନିଆଁ ମାରିଲା ଠୁମକା ।

ଗ୍ୱାଲିଅର: ବର୍ତ୍ତମାନ ସମୟରେ ଫେମସ ହେବା ଲାଗି ଅନେକଙ୍କ ଆଗ୍ରହ । କିଛି ନା କିଛି ଉପାୟରେ ଲୋକ ସୋସିଆଲ ମିଡିଆରେ ଫେମସ ହେବାକୁ ଚାହୁଁଛନ୍ତି ।

ଯେଉଁ କାରଣରୁ ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗୁଛି । ଗ୍ୱାଲିଆରରୁ ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ନବ ବିବାହିତ ଦମ୍ପତି ଚଳନ୍ତା କାରରେ ଚଢ଼ି ନାଚୁଛନ୍ତି । ବଲିଉଡ୍ ଗୀତ ନୋ ଏଣ୍ଟ୍ରିରେ ଚଳନ୍ତା କାର୍ ଉପାରେ ଛିଡ଼ା ହୋଇ ନାଚି ଟ୍ରାଫିକ୍ ରୁଲ୍ ଭାଙ୍ଗିଛନ୍ତି ଏମାନେ ।

ବର କାର୍ ଉପରେ ଛିଡ଼ା ହୋଇ ଖଣ୍ଡାରେ କୌଶଳ ପ୍ରଦର୍ଶନ କରୁଥିବାବେଳେ କନିଆଁ ଗୋଲାପୀ ଲେହେଙ୍ଗା ପିନ୍ଧି କାର୍ ବନେଟ୍ ଉପରେ ବସି ନାଚୁଥିବାର ଦେଖିବାକୁ ମିଳିଛି ।

ଇନଷ୍ଟାଗ୍ରାମରେ ଭିଡିଓ ଭାଇରାଲ ହେବାର ଦେଖିବା ପରେ ଗ୍ୱାଲିଅର ଟ୍ରାଫିକ୍ ପୋଲିସ କାର୍ ମାଲିକଙ୍କ ଠିକଣା ପାଇଛି । ଗୋଲାକା ମନ୍ଦିର ଟ୍ରାଫିକ୍ ଷ୍ଟେଶନ ଅଫିସର ସୁବେଦାର ଅଭିଷେକ ରଘୁବଂଶୀଙ୍କୁ ପଚରା ଉଚରା କରିବା ସହ ତାଗିଦ୍ କରିଛନ୍ତି ।

ଆଗାମୀ ଦିନରେ ସମାନ ଘଟଣା ଘଟିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ୍ ପୋଲିସ ପକ୍ଷରୁ କୁହାଯାଇଛି ।