fbpx

ଭୀଷଣ ଖରା ଗରମରେ ସିଝୁଛି ଓଡିଶା, ଆହୁରି ୨ ଦିନ କଲବଲ କରିବ ତାତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଗତ କିଛିଦିନ ହେବ ଅସମ୍ଭାଳ ଗ୍ରୀଷ୍ମ୍ରବାହ ଲାଗି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ପୂର୍ବାହ୍ନ ୮ଟାରୁ ସୂର୍ଯ୍ୟଙ୍କ ତେଜ ଆରମ୍ଭ ହୋଇଯାଉଛି । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହା ଜାରି ରହୁଛି । ଦିନ ୧୧ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଏପରିକି ଦୋକାନ ବଜାର ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ରାଜ୍ୟରେ ଆଗକୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ।

ଆହୁରି ୨ ଦିନ ପାଇଁ ଅସହ୍ୟ ତାତିରେ ରାଜ୍ୟବାସୀ ଛଟପଟ ହେବେ।  ଆଜି-କାଲି ଲୋକେ ତାତିରେ ଆଉଟୁାଉଟୁ ହେବେ । ପ୍ରଚଣ୍ଡ ରୋଦ୍ର ତାପ ପାଇଁ ରାଜ୍ୟର ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖ ଏହି ତାତିର ପ୍ରାବଲ୍ୟ ବେଶ୍‌ ଅନୁଭୂତ ହେବ । ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, କଳାହାଣ୍ଡି ଓ ମୟୂରଭଞ୍ଜ । ୩ ତାରିଖରୁ ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ହେବା ସମ୍ଭାବନା ରହିଛି।

Get real time updates directly on you device, subscribe now.