fbpx
BSKY SKY
BSKY SKY

ସିଏମ ଯୋଗୀଙ୍କ ବଡ଼ ଘୋଷଣା, ୧୦୦ ଦିନରେ ୧୦ ହଜାର ଚାକିରି ଦେବେ ୟୁପି ସରକାର

BSKY

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଘୋଷଣା କରିଛନ୍ତି ଯେ ରାଜ୍ୟର ଯୁବକଙ୍କୁ ୧୦୦ ଦିନରେ ୧୦ ହଜାର ନିଯୁକ୍ତି ଦେବେ । ରାଜ୍ୟର ନିଯୁକ୍ତି କମିଶନ, ବୋର୍ଡ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ଏହି ଘୋଷଣା କରିଛନ୍ତି ଯୋଗୀ । ସେ କହିଛନ୍ତି ରାଜ୍ୟ ସରକାର ଯୁବକଙ୍କୁ ସରକାରୀ ଚାକିରି ସହ ଯୋଡ଼ିବା ଏବଂ ତାଙ୍କୁ ରୋଜଗାର ଦେବା ପାଇଁ ପ୍ରତିବଦ୍ଧ । ଯୋଗୀ କହିଛନ୍ତି ଗତ ପାଞ୍ଚ ବର୍ଷରେ ସାଢ଼େ ଚାରି ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି । ଦ୍ୱିତୀୟ ପାଳିରେ ୧୦୦ ଦିନରେ ୧୦୦୦୦ ହଜାର ଯୁବକଙ୍କୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆସରିଛି । ସବୁ ବିଭାଗକୁ ନିର୍ଦ୍ଦେଶ ଦିଆସରିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ନିୟମକୁ ସଂପୂର୍ଣ୍ଣ ଭାବରେ ପାଳନ କରାଯିବ । ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ସ୍ୱଚ୍ଛ, ନିରପେକ୍ଷ ଏବଂ ଭ୍ରଷ୍ଟାଚାର ମୁକ୍ତ ହେବା ନେଇ ବିଶେଷ ଧ୍ୟାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ସବୁ ଜିଲ୍ଲାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ଲାପଟପ୍ ବଣ୍ଟନ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ କରାଯାଉଛି ।

ବୈଠକରେ ଉତ୍ତରପ୍ରଦେଶ ଲୋକସେବା ଆୟୋଗ, ଉତ୍ତରପ୍ରଦେଶ ଅଧିନସ୍ଥ ସେବା ଚୟନ ଆୟୋଗ, ପୋଲିସ ନିଯୁକ୍ତି ବୋର୍ଡ, ଉଚ୍ଚଶିକ୍ଷା ସେବା ଚୟନ ଆୟୋଗ ଏବଂ ମାଧ୍ୟମିକ ଶିକ୍ଷା ନିଯୁକ୍ତି ବୋର୍ଡ ଅଧ୍ୟକ୍ଷଙ୍କ ସହ ମୁଖ୍ୟ ସଚିବ, ଉପମୁଖ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.