fbpx

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ୧୮ରୁ ବଢ଼ିବ ବର୍ଷା। ୧୯ରୁ ଲଗାଣ ବର୍ଷା ହେବ। ଛତିଗଡ଼ରେ ବି ପ୍ରବଳ ବର୍ଷା ଢ଼ାଳିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ସୂଚନା ମୁତାବିକ, ୧୮ରେ ଉତ୍ତର ବଙ୍ଗୋପସାଗରେ ଲଘୁଚାପ ବଳୟ ସୃଷ୍ଟି ହେବ। ୧୯ ତାରିଖରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ। ୨୦ ତାରଖିରେ ଲଘଚୁ।ପ ଓଡ଼ିଶାର ସ୍ଥଳଭାଗ ଉପରେ ଥିବାବେଳେ ଘନୀଭୂତ ହୋଇ ଅବପାତ ରୂପ ନେବ । ଫଳରେ ସମ୍ବଲପୁରଠାରୁ ଦକ୍ଷିଣରେ ଥିବା ଜିଲ୍ଲାରେ ଭୀଷଣ ବର୍ଷା ହେବ ।

୨୧ ତାରିଖ ସୁଦ୍ଧା ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଓ ନବରଙ୍ଗପୁରରେ ୮୦ରୁ ୧୨୦ ମିଲିମିଟର ବର୍ଷା ହେବ । ଉପକୂଳ ଓଡ଼ିଶାର ପୁରୀ ଓ ଜଗତସିଂହପୁରରେ ବାକି ଅଞ୍ଚଳରେ ୫୦ରୁ ୭୦ମିମି ବର୍ଷା ହୋଇପାରେ । ଏହି ଅବପାତ କ୍ରମଶଃ ପଶ୍ଚିମ ଆଡ଼କୁ ମୁହାଁଇ ଛତିଶଗଡ଼ ଆଡ଼କୁ ଯିବ । ଛତିଶଗଡ଼ ଉପରେ ରହିବା ପର୍ଯ୍ୟନ୍ତ ଏହା ଅବପାତ ହୋଇରହିବ । ଏହାର ପ୍ରଭାବରୁ ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

Get real time updates directly on you device, subscribe now.