fbpx

ପରବର୍ତ୍ତୀ କୋଭିଡ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇପାରେ! ସତର୍କ କରାଇଲା ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର କମ୍ ହେଉଥିବାର ଦେଖାଯାଉଛି । ଓମିକ୍ରନ ସଂକ୍ରମଣ ମଧ୍ୟ ଧୀରେ ଧୀରେ ହ୍ରାସ ପାଉଛି । ହେଲେ ଏହାରି ମଧ୍ୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆଗାମୀ କୋଭିଡ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇପାରେ, ହୋଇପାରେ ଏହା ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ଭୟଙ୍କର ହୋଇପାରେ ।

ଏକ ପ୍ରେସମିଟରେ ସମ୍ବୋଧନ ଦେଇ ‘ହୁ’ ର କୋଭିଡ-୧୯ ମହାମାରୀ ଟେକ୍ନିକାଲ ଟିମ୍ ମୁଖ୍ୟ ଡକ୍ଟର ମାରିଆ ଭାନ୍ କରଖୋଭ କହିଛନ୍ତି ଓମିକ୍ରନ ଶେଷ ଭାରିଆଣ୍ଟ ହେବନାହିଁ । ବର୍ତ୍ତମାନର ରହିଥିବା ଭୂତାଣୁର ଶକ୍ତିକୁ ଅତିକ୍ରମ କରି ନୂଆ ଭାରିଆଣ୍ଟ ଆସିବ । ବର୍ତ୍ତମାନର ଭାକ୍ସିନ ଏହାକୁ ରୋକିବାରେ ବିଫଳ ହୋଇପାରେ ବୋଲି କୁହାଯାଉଛି । ତେବେ ନୂଆ ଭାରିଆଣ୍ଟ୍ ମାରାତ୍ମକ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । ତେଣୁ ସଂକ୍ରମଣକୁ ରୋକିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏଥିପାଇଁ ସମସ୍ତଙ୍କୁ କୋଭିଡ ନିୟମ ମାନିବା ଜରୁରୀ ।

Get real time updates directly on you device, subscribe now.