fbpx
BJD SKY
BJD SKY

ହିଜାବ ପିନ୍ଧାକୁ ନେଇ ବିବାଦ: ଉଚ୍ଚତମ ବେଞ୍ଚକୁ ମାମଲା ସ୍ଥାନାନ୍ତର କଲେ ହାଇକୋର୍ଟ, ଜାଣନ୍ତୁ ଅପଡେଟ୍

BJD

ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ମାମଲାକୁ ନେଇ ଅଡୁଆ ଥମିବାର ନାମ ନେଉନାହିଁ । ଛାତ୍ରୀ ମାନେ ହିଜାବ ପିନ୍ଧିବାକୁ ନେଇ ଧାରଣାରେ ରହିଥିବା ବେଳେ ବିଭିନ୍ନ କଲେଜ କର୍ତ୍ତୃପକ୍ଷ ଏହାକୁ ବିରୋଧ କରୁଛନ୍ତି । ଶ୍ରେଣୀଗୃହ ମଧ୍ୟରେ ହିଜାବ ପିନ୍ଧି ବସିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି କଲେଜ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ନେଇ ୭ଜଣ ଛାତ୍ରଛାତ୍ରୀଙ୍କ ପକ୍ଷରୁ କୋର୍ଟରେ ଏକ ଜନଶୁଣାଣି ଯାଚିକା ମଧ୍ୟ ଦାଖଲ କରାଯାଇଥିଲା । ଏହା ସହିତ ପରୀକ୍ଷାକୁ ଆଉ ମାତ୍ର ୨ ମାସ ରହିଥିବାରୁ ତାଙ୍କୁ ହିଜାବ ପିନ୍ଧି କ୍ଲାସ କରିବା ପାଇଁ ଅନ୍ତରୀଣ ଅବ୍ୟାହତି ପାଇଁକ ମଧ୍ୟ ଅନୁରୋଧ କରାଯାଇଥିଲା । ତେବେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହାକୁ ଖାରଜ କରି ଦେଇଛନ୍ତି । କୋର୍ଟ ଏହି ମାମଲାକୁ ଉଚ୍ଚତମ ବେଞ୍ଚକୁ ସ୍ଥାନାନ୍ତର କରିଥିବା ବେଳେ ଆସନ୍ତା ଦୁଇ ସପ୍ତାହ ପାଇଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହି ସବୁ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଏହି ବିବାଦ ପଛରେ ପିଏଫଆଇ ଏବଂ ସିଏଫ୍ଆଇ ପରି ସଙ୍ଗଠନର ହାତ ରହିଛି ବୋଲି କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ କହିଛନ୍ତି । ଏହା ସହିତ ଆଜି ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ପରେ ଏହି ଘଟଣା ଆହୁରି ଗୋଳମାଳିଆ ହେବାରେ ଲାଗିଛି । ପୋଷାକ ପିନ୍ଧିବା ସମସ୍ତଙ୍କ ବ୍ୟକ୍ତିଗତ ଅଧିକାର ଯିଏ ଯାହା ଚାହିଁବ ପିନ୍ଧିପାରିବ । ଜଣେ ମହିଳା ଯଦି ଚାହିଁବେ ହିଜାବ ନୁହେଁ ବରଂ ବିକିନି ପିନ୍ଧି କଲେଜ ଆସିପାରିବେ ବୋଲି ପ୍ରିୟଙ୍କା କହିଥିଲେ ।

Get real time updates directly on you device, subscribe now.