fbpx

ISRO ଲଞ୍ଚ କରିବ ‘Bikini’ ମିଶନ: ଭାରତ ପୁଣି ରଚିବ ନୂଆ ଇତିହାସ

Advertisement

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-’ ଲଞ୍ଚ କରି ଭାରତ ଇତିହାସ ରଚିଥିବା ବେଳେ ଆଗକୁ ପୁଣି ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଇସ୍ରୋ) ଆସନ୍ତା ବର୍ଷ ‘ବିକିନୀ’ ସ୍ପେସକ୍ରାଫ୍ଟ ଲଞ୍ଚ କରିବ । ଏହି ସ୍ପେସକ୍ରାଫ୍ଟର ଓଜନ ୪୦ କେଜି ହୋଇଥିବା ବେଳେ ତାହା ବଡ଼ ରିୟୁଜେବଲ ରି-ଏଣ୍ଟ୍ରି ମଡ୍ୟୁଲ ନିକ୍ସର ଏକ ଛୋଟ ରୂପ ।

ସୂଚନା ମୁତାବକ, ୟୁପରୋପିଆନ ଷ୍ଟାଟଅପ ଦି ଏକ୍ସପ୍ଲୋରେସନ କମ୍ପାନୀ ଏହି ରି-ଏଣ୍ଟ୍ରି ହ୍ୱିଲକୁ ଖାସ୍ ଉଦ୍ଦେଶ୍ୟରେ ମହାକାଶକୁ ପଠାଇବ । ୧୨୦ରୁ ୧୪୦ କିମି ଉଚ୍ଚତାକୁ ନେବା ପରେ ତାହାକୁ ଛଡ଼ାଯିବ । ଇସ୍ରୋର ରକେଶ ୟୁରୋପିଆନ ସ୍ପେସକ୍ରାଫ୍ଟକୁ ପୃଥିବୀପୃଷ୍ଠରୁ ୫୦୦ କିମି ଉପରକୁ ନେଇ ଛାଡ଼ିବେ । ୟୁରୋପିଆନ ସ୍ପେସ ଷ୍ଟାଟଅପ ଦି ଏକ୍ସପ୍ଲୋରେସନ କମ୍ପାନୀ ମହାକାଶରେ ନୂଆ ସମ୍ଭାବନା ଉପରେ କାର୍ଯ୍ୟ କରୁଛି ।

ମହାକାଶରେ ଡେଲିଭରି ବ୍ୟବସ୍ଥା ସମ୍ଭବ କରିବା ପାଇଁ ୟୁରୋପିଆନ ଷ୍ଟାଟଅପ୍ ଚାହୁଁଛି । ଆସନ୍ତା ବର୍ଷ ଜାନୁଆରୀରେ ଏହି ମିଶନକୁ ଲଞ୍ଚ କରାଯିବ । ଯଦି ଏହି ମିଶନ ସଫଳ ହୁଏ ତେବେ ମହାକାଶରେ କମର୍ଶିଆଲ ଉଡ଼ାଣର ରାସ୍ତା ପରିଷ୍କାର ହୋଇଯିବ । ସହଜ ଭାଷାରେ କହିବାକୁ ଗଲେ ମହାକାଶ ପର୍ଯ୍ୟନ୍ତ ଜିନିଷ ପହଞ୍ଚାଇବା ସହଜ ହୋଇପାରିବ । ମିଶନର ସଫଳତା ମହାକାଶରେ ଶସ୍ତା ଡେଲିଭରୀର ରାସ୍ତା ଖୋଲିଦେବ । ଏହି ମିଶନ ଜରିଆରେ ଯେଉଁ ସୂଚନା ଓ ତଥ୍ୟ ମିଳିବ, ତାହାକୁ ଉପଯୋଗ କରି ରି-ଏଣ୍ଟ୍ରି ଓ ରିକଭରୀ ଟେକ୍ନୋଲୋଜିକୁ ବିକଶିତ କରାଯିବ । ଯେ କୌଣସି ଜିନିଷକୁ ମହାକାଶ ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେଲେ କେତେ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼େ ତାହା ଏହି ମିଶନ ଜରିଆରେ ବୈଜ୍ଞାନିକମାନେ ଜାଣିପାରିବେ ।

Get real time updates directly on you device, subscribe now.