fbpx

ବାରାହାଗଡିଆ ଛକ ନିକଟରେ ସିରିଜ ଦୁର୍ଘଟଣା: ଘଟଣାସ୍ଥଳରେ ଆଖିବୁଜିଲେ କକା-ପୁତୁରା, ଡ଼ମ୍ଫର ଡ୍ରାଇଭରର ହାତ ଗୋଡ଼ ବାନ୍ଧି ଅଟକ ରଖିଲେ ସ୍ଥାନୀୟଲୋକ

ଜଳେଶ୍ୱର (ଓଡ଼ିଶା ଭାସ୍କର) : ଜଳେଶ୍ଵର ଥାନା ୫୭ ନମ୍ବର ରାଜ୍ୟ ରାଜପଥ ବାରାହାଗଡିଆ ଛକ ନିକଟରେ ସିରିଜ ଦୁର୍ଘଟଣା।ଏକ ଡ଼ମ୍ଫର ଓ ଧାନ ବୋଝେଇ ଟାଟା ଏସିଇ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଚନ୍ଦନେଶ୍ୱର ପଟୁ ଆସୁଥିବା ଏକ ଅଲ୍ଟୋ କାର ମଧ୍ୟ ଡ଼ମ୍ଫର ଓ ଟାଟାଏସିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଟାଟା ଏସିଇ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ସମ୍ପର୍କ ଉଭୟ କକା, ପୁତୁରା ଥିବା ଜଣାପଡ଼ିଛି। ପରେ ଡମ୍ପର ଡ୍ରାଇଭରର ଅଟକ ରଖିବା ସହ ହାତ ଗୋଡ଼ ବାନ୍ଧି ରାସ୍ତା ଅବରୋଧ କଲେ ସ୍ଥାନୀୟଲୋକ। ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ଡ୍ରାଇଭର ଉଦ୍ଧାର କରିବା ସହ ମୃତଦେହ ଜବତ କରିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସୂଚନା ମୁତାବିକ,ଜଳେଶ୍ୱର ଥାନା ଅନ୍ତର୍ଗତ ଅମ୍ବାଳିଅଠା ନିକଟରେ ଏକ ଡ଼ମ୍ଫର ଓ ଧାନ ବୋଝେଇ ଟାଟା ଏସିଇ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଅନ୍ୟପଟେ ଚନ୍ଦନେଶ୍ୱର ପଟୁ ଆସୁଥିବା ଏକ ଅଲ୍ଟୋ କାର ମଧ୍ୟ ଡ଼ମ୍ଫରକୁ ପିଟି ହୋଇଥିଲା । ଫଳରେ ଟାଟା ଏସିଇର ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଉଛନ୍ତି ଜଳେଶ୍ବର ବ୍ଲକ ଅନ୍ତର୍ଗତ ଆରୁହା ଗ୍ରାମର ସିଦ୍ଧେଶ୍ବର ବେହେରା ଓ କୁଳମଣି ବେହେରା ।ଉଭୟ ସମ୍ପର୍କରେ କକା ଓ ପୁତୁରା ଅଟନ୍ତି। ଉତ୍ତ୍ୟକ୍ତ ଲୋକମାନେ ଡ଼ମ୍ଫର ଡ୍ରାଇଭରର ହାତ ଗୋଡ଼ ବାନ୍ଧି ଦେଇଥିଲେ ଓ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ଡ୍ରାଇଭର ଉଦ୍ଧାର କରିବା ଅଧିକ ତଦନ୍ତ କରୁଛି ।

Get real time updates directly on you device, subscribe now.