fbpx

ଶୁଟିଂ ସେଟରେ ନିକ୍ ଜୋନସ୍ ଆହତ

ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର) : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ଆମେରିକୀୟ କଳାକାର ନିକ୍ ଜୋନସ୍ ଶୁୁଟିଂ ସେଟ୍ ରେ ଆହାତ ହୋଇଛନ୍ତି । ତେବେ ସେ ବିଶେଷ ଆଘାତ ପାଇ ନଥିବା ସୁଚନା ମିଳିଥିବା ବେଳେ ଇତି ମଧ୍ୟରେ ଡାକ୍ତରଙ୍କ ପରାମର୍ଶ ନେଇ ସାରିଛନ୍ତି । ସୁଚନା ଅନୁସାରେ, ଦ ଭଏସ୍ ନାମକ ଏକ ରିୟଲିଟି ଶୋ’ ର ଶୁଟିଂ ଚାଲିଥିବା ବେଳେ କୌଣସି କାରଣରୁ ସେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କେଉଁ ଜାଗାରେ ଏବଂ କିପରି ଆଘାତ ଲାଗିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଶନିବାର ସେ ଆହତ ହୋଇଥିବା ବେଳେ ରବିବାର ଦିନ ସେ ଡିସଚାର୍ଜ ହୋଇ ଘରକୁ ଫେରି ଆସିଛନ୍ତି ।

 

View this post on Instagram

 

A post shared by NICK JONɅS (@nickjonas)

ବର୍ତ୍ତମାନ ନିକ୍ ଜୋନସ୍ ଲସଏଞ୍ଜେଲସ୍ ରେ ଅଛନ୍ତି ଏବଂ ପ୍ରିୟଙ୍କା ଲଣ୍ଡନରେ ଅଛନ୍ତି । ନିକ୍ ଏବେ ଗୋଟିଏ ରିୟଲିଟି ସୋ ରେ କାମ କରୁଛନ୍ତି । ଯାହାର ନାଁ ହେଲା ‘ଦ ଭଏସ୍’ । ନିକଟରେ ତାଙ୍କର ଏକ ସ୍ପେସମ୍ୟାନ୍ ଆଲବମ୍ ମଧ୍ୟ ଲଞ୍ଚ ହୋଇଥିଲା । ସୁଚନା ଥାଉ କି, ୨୦୧୮ ଡିସେମ୍ବର ୧ ତାରିଖରେ ସେ ଭାରତୀୟ ଅଭିନେତ୍ରୀ ନିକ୍ ଜୋନସ୍ ଙ୍କୁ ବିବାହ କରିଥିଲେ । ନିକ୍ ଆମେରିକାର ବାସିନ୍ଦା ହୋଇଥିବା ବେଳେ ସେ ପ୍ରିୟଙ୍କାଙ୍କୁ ସେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ।

Get real time updates directly on you device, subscribe now.