fbpx

ବାତ୍ୟା ତଉକ୍ତେ: ମୁମ୍ବାଇ ଓ ସୁରଟ ଏୟାରପୋର୍ଟ ବନ୍ଦ

ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର) : ଦେଶରେ କୋଭିଡ୍ ମହାମାରୀ ଜାରି ରହିଥିବା ବେଳେ ଦକ୍ଷିଣ ପଶ୍ଚିମ ଉପକୂଳର ୫ଟି ରାଜ୍ୟରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଗତକାଲି ଗୋଆ, କର୍ଣ୍ଣାଟକ ଓ କେରଳରେ ପ୍ରବଳ ଝଡ ବର୍ଷା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି । ତେବେ ଆଜି ବାତ୍ୟା ତାଉକ୍ତେ ଗୁଜୁରାଟ ମୁହାଁ ହୋଇଥିବା ବେଳେ ମୁମ୍ବାଇରେ ଭୀଷଣ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏହି କାରଣରୁ ମୁମ୍ବାଇ ବିମାନ ବନ୍ଦର ଏବଂ ସୁରାଟ ବିମାଟ ବନ୍ଦରକୁ ବନ୍ଦ କରି ଦିଆଯାଇଛି । ମୁମ୍ବାଇରେ ଏବେ ଝଡବର୍ଷା ଯୋଗୁଁ ଗଳି ଗଳିରେ ଆଣ୍ଠୁଏ ଲେଖାଏଁ ପାଣି ମାଡି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ସୁଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଏହି ବାତ୍ୟାରେ ୮ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୁମ୍ବାଇରେ ବାତ୍ୟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ୍ ବିମାନ ବନ୍ଦରକୁ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି । ଏଥିସହିତ ଏଠାକୁ ଆସୁଥିବା ବିମାନ ଗୁଡିକ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପରିବର୍ତ୍ତନ କରି ଦେଇଛନ୍ତି । ଭାରି ବର୍ଷା ଯୋଗୁଁ ସ୍ପାଇସଜେଟ୍ କୁ ସୁରଟ ଏବଂ ଇଣ୍ଟିଗୋ ବିମାନକୁ ହାଇଦ୍ରାବାଦ୍ କୁ ପଠାଯାଇଛି । ବାତ୍ୟାର ମୁକାବିଲା ପାଇଁ ମୁମ୍ବାଇ ରେ ୩ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୨ଟି ଟିମ୍ ନିୟୋଜିତ ହୋଇଚନ୍ତି ।

Get real time updates directly on you device, subscribe now.