fbpx

ଦିଅର-ଭାଉଜଙ୍କ ଅବୈଧ ସମ୍ପର୍କ: ବଳି ପଡ଼ିଲା ଭାଣିଜୀ

ବାଲିଆପାଳ, ୧୪ା୧୨ (ଓଡିଶା ଭାସ୍କର): ବାଲିଆପାଳ ଅଞ୍ଚଳରେ ଶୁକ୍ରବାର ଘଟିଥିବା ନାବାଳିକା ହତ୍ୟାକାଣ୍ଡର ସତ୍ୟ ସାମନାକୁ ଆସିଛି । ମାମୁଁର ଅବୈଧ ସମ୍ପର୍କ ଦେଖିଦେବା ଫଳରେ ଭାଣିଜୀକୁ ଗଳା କାଟି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ନିଜେ ମାମୁଁ ଏହି ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଛି ।

ସୂଚନା ଅନୁଯାୟୀ, ବାଲିଆପାଳ ଥାନା ଯମ୍ଭୀରାଇ ଥାନା ଅନ୍ତର୍ଗତ ସୁନ୍ଦରକୁଲି ଗ୍ରାମର ବଳରାମ ପାତ୍ରଙ୍କ ୭ ବର୍ଷ ଝିଅ ବିଷ୍ଣୁପ୍ରିୟା ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା । ବଳରାମ ବହୁତ ଖୋଜାଖୋଜି କରି ଝିଅକୁ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ପୋଖରୀ ହୁଡ଼ାରୁ ନାବାଳିକାର ଶବ ପାଇଥିଲା । ଅଭିଯୋଗ ଆଧାରରେ ପୋଲିସ ନାବାଳିକାର ମାମୁ ଦିପକଙ୍କୁ ଅଟକ ରଖି ପଚରା ଉଚରା କରିଥିଲା ।

ଦିଅର-ଭାଉଜଙ୍କ ଅବୈଧ ସମ୍ପର୍କକୁ ନାବାଳିକା ଦୁର୍ଭାଗ୍ୟବଶତଃ ଦେଖି ଦେଇଥିଲା । ଫଳରେ ଧରାପଡ଼ିଯିବା ଭୟରେ ଦୁହେଁ ନାବାଳିକାର ଗଳା କାଟି ହତ୍ୟା କରିଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୋଲିସ ମୁତୟନ କରାଯାଇଛି ।

Get real time updates directly on you device, subscribe now.