fbpx

ଜାତୀୟ ଟିଭିରେ କ୍ଷମତା ଦଖଲ ଘୋଷଣା କଲା ନାଇଜେରିଆ ସେନା, ମାଟିରେ ମିଶିଲା ସମ୍ବିଧାନ

ନୂଆଦିଲ୍ଲୀ: ପୁଣି ନାଇଜେରିଆରେ ନିର୍ବାଚିତ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିଛି ସେନା । ବୁଧବାର ଜାତୀୟ ଟିଭିରେ ଖୋଲା ଖୋଲି ଭାବେ ସେନା ଏହି ଘୋଷଣା କରିବା ସହିତ ଦେଶର ସମ୍ବିଧାନକୁ ହଟାଇ ଦେଇଛି । ରାଷ୍ଟ୍ରପତି ମହମ୍ମଦ ବାଜୁମ୍ ଏବେ ସେନାର କବଜାରେ ରହିଛନ୍ତି । ବୁଧବାର ଦିନ ଅନ୍ୟ ୯ ଜଣ ୟୁନିଫର୍ମରେ ନଥିବା ସୈନିକଙ୍କ ସହ କୋଲନେଲ ମେଜର ଅମାଦୋ ଅବଦ୍ରାମେନ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ‘ଆମେ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ … ଦେଶରେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ଶାସନକୁ ଶେହ କରିବାକୁ ନିଷ୍ପତ୍ତି ନେଇଛୁ’।

ଏହା ସହିତ ସେ କହିଛନ୍ତି ଯେ, ଦେଶର ସମସ୍ତ ଅନୁଷ୍ଠାନ ବନ୍ଦ ରହିବ, ସୀମା ବନ୍ଦ ରହିବ ଏବଂ ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି । ଦେଶରେ ନିରାପତ୍ତା ପରିସ୍ଥିତିର ଅବନତି ଏବଂ ଖରାପ ଅର୍ଥନୈତିକ ଏବଂ ସାମାଜିକ ଶାସନ କ୍ଷୟ କାରଣରୁ ସେନା ଏପରି କରିଥିବା ସେ କହିଛନ୍ତି । ତେବେ ନାଇଜେରିଆର ଏହି ଅନ୍ତରିଣ ବିଷୟରେ କୌଣସି ବିଦେଶ ରାଷ୍ଟ୍ର ହସ୍ତକ୍ଷେପ ନକରିବାକୁ ସେ କହିଛନ୍ତି ।

ଅବଦ୍ରାମାନେ ଦାବି କରିଛନ୍ତି ଯେ ସୈନିକମାନେ ନ୍ୟାସନାଲ କାଉନସିଲ୍ ଫର ସେଫଗାର୍ଡ ଅଫ୍ ହୋମେଲ୍ୟାଣ୍ଡ (ଉଖଝଚ) ପାଇଁ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ ରାଷ୍ଟ୍ରପତି ଗାର୍ଡ (ପିଜି)ଙ୍କ ସହିତ ସେନାର ମୁହାଁମୁହିଁ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀମାନେ ଜାତୀୟ ଗାର୍ଡଙ୍କ ସମର୍ଥନ ହାସଲ କରିବାରେ ଅସଫଳ ହୋଇଥିଲେ।

ତେବେ ରାଷ୍ଟ୍ରପତି ଏବଂ ତାଙ୍କର ପରିବାର ଏବେ ଠିକ୍ ଅଛନ୍ତି । ଦେଶରେ ଗରିବୀ, ହିଂସା, ଆର୍ଥିକ ଅସ୍ଥିରତା ମଧ୍ୟରେ ବାଜୁମ୍ ଏପ୍ରିଲ ୨୦୨୧ରେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେନା୩ କ୍ଷମତା ଦଖଲ ପରେ ଆମେରିକାର ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନ୍ ରାଷ୍ଟ୍ରପତି ବାଜୁମ୍‌ଙ୍କୁ ସମର୍ଥନ କରିବା ସହିତ ଆଫ୍ରିକାରେ ଆନ୍ତଙ୍କବାଦ ବିରୋଧରେ ଲଢେଇ ପାଇଁ ବାଜୁମ୍‌ଙ୍କର ଭୁମିକାକୁ ଦର୍ଶାଇଛନ୍ତି ।

 

Get real time updates directly on you device, subscribe now.