fbpx

ଓମିକ୍ରନ ଯୋଗୁଁ ପୁଣି ଲାଗିଲା ନାଇଟ୍ କର୍ଫ୍ୟୁ, ଜାଣନ୍ତୁ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି । କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ କାରଣରୁ ତୃତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି ।ବଢ଼ୁଥିବା ମାମଲାକୁ ଦେଖି ଉତ୍ତରପ୍ରଦେଶର ଯୋଗୀ ସରକାର ଶନିବାର ଦିନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୫ ଡିସେମ୍ବରରୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ଯୋଗୀ ସରକାର ସ୍ଥିର କରିଛନ୍ତି । ପ୍ରତିଦିନ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କରୋନା କର୍ଫ୍ୟୁ ଲାଗୁ ହେବ । ବିବାହ ବା କୌଣସି ସମାରୋହରେ କୋଭିଡ ପ୍ରୋଟୋକଲ ସହିତ ସର୍ବାଧିକ ୨୦୦ ଲୋକ ସାମିଲ ହୋଇପାରିବେ । ଆୟୋଜକ ଏହାର ସୂଚନା ସ୍ଥାନୀୟ ପ୍ରଶାସନକୁ ଦେବେ ।

ନୂଆ ଗାଇଡଲାଇନ୍ ମୁତାବକ, ବଜାରରେ ‘ମାସ୍କ ନାହିଁ ତ ଜିନିଷ ନାହିଁ’ର ବାର୍ତ୍ତା ସହ ବ୍ୟବସାୟୀଙ୍କୁ ସଚେତନ କରାଯିବ । ବିନା ମାସ୍କରେ କେହିବି ଦୋକାନରୁ ଜିନିଷ ନେଇପାରିବେ ନାହିଁ । ରାସ୍ତଘାଟ ବା ବଜାରରେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ପୋଲିସ ଫୋର୍ସ ମଧ୍ୟ ଲାଗତାର ପାଟ୍ରୋଲିଂ କରିବେ । ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଲୋକଙ୍କ ଟ୍ରେସିଂ-ଟେଷ୍ଟିଂ ହେବ । ବସ୍, ରେଳ ଓ ଏୟାରପୋର୍ଟରେ ଅତିରିକ୍ତ ସତର୍କତା ଅବଲମ୍ବନ କରାଯିବ ।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ମଧ୍ୟପ୍ରଦେଶ ସରକାର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହି କର୍ଫ୍ୟୁ ରାତି ୧୧ଟାରୁ ସକାଳ ୫ଟା ଯାଏଁ ବଳବର୍ତ୍ତର ରହିବ। ଆବଶ୍ୟକ ପଡିଲେ ଆଗାମୀ ଦିନରେ ଆହୁରି କଠୋର ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହି କାରଣରୁ ଆମେ ଏହି ନିଷ୍ପତ୍ତି ନେଇଛୁ। ସ୍କୁଲରେ ପୂର୍ବବତ୍ତ ୫୦ ପ୍ରତିଶତ ଛାତ୍ରଙ୍କୁ ନେଇ ପାଠପଢା ନିୟମ ଜାରି ରହିବ। ଆବଶ୍ୟକ ପଡିଲେ ଆମେ ଆହୁରି ପଦକ୍ଷେପ ନେବୁ। ଘରେ ଯଦି ବ୍ୟବସ୍ଥା ଅଛି ତେବେ ପଜିଟିଭ୍ ରୋଗୀଙ୍କୁ ଘରେ ଆଇସୋଲେଟ୍ କରାଯାଇ ଚିକିତ୍ସା କରିବୁ। ନଚେତ୍ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.