fbpx

୪ ସହରରେ ନାଇଟ୍ କର୍ଫ୍ୟୁ ଲଗାଇଲେ ସରକାର, ଜାଣନ୍ତୁ ସମୟ

ଅହମଦାବାଦ,୧୬ ।୩: କରୋନା ଭାଇରସ୍ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । ଗୁଜୁରାଟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ୪ଟି ସହରରେ ନାଇଟ୍ କର୍ଫ୍ୟୁ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ ସରକାରଙ୍କ ଦ୍ୱାରା ଆଜି ଜାରି ହୋଇଥିବା ଗାଇଡ୍ ଲାଇନ୍ ମୁତାବକ, ଅହମଦାବାଦ, ବଡୋଦରା, ସୁରଟ ଓ ରାଜକୋଟରେ ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ବିଳମ୍ବିତ ରାତି ତଥା ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗିବ ।

ଗୁଜୁରାଟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସୋମବାର ଦିନ ରାଜ୍ୟରେ ୮୯୦ ନୂଆ ମାମଲା ଚିହ୍ନଟ ହୋଇଥିଲା । ଏହାକୁ ଦେଖି ପ୍ରଶାସନ ପକ୍ଷରୁ ଶକ୍ତ କଟକଣା ଲାଗୁ ହୋଇଛି ।

ତେବେ ଦେଶରେ ବଢୁଥିବା କରୋନା ମାମଲାକୁ ଦେଖି ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିବେ । ୧୭ ମାର୍ଚ୍ଚରେ ଦିନ ୧୨ଟା ୩୦ରେ ବୈଠକ ବସିବ ।

Get real time updates directly on you device, subscribe now.