fbpx

ଆଜି ରାତି ୯ଟାରୁ ପଞ୍ଜାବରେ ଲାଗୁ ହେବ ନାଇଟ୍ ର୍କଫ୍ୟୁ

ପଞ୍ଜାବ ୭ା୪ (ଓଡିଶା ଭାସ୍କର): ଆଜିଠୁ ସମଗ୍ର ପଞ୍ଜାବରେ ଲାଗୁ ହେଲା ନାଇଟ୍ ର୍କଫ୍ୟୁ । ରାତି ୯ଟାରୁ ସକାଳ ୫ଟା ଯାଏ ବଳବତ୍ତର ରହିବ ନାଇଟ୍ ର୍କଫ୍ୟୁ ।ଏହି ର୍କଫ୍ୟୁ ଏପ୍ରିଲ ୩୦ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପୂର୍ବରୁ ମାତ୍ର ୧୨ଟି ଜିଲ୍ଲାରେ ଲାଗୁ ହୋଇଥିଲା ନାଇଟ୍ ର୍କଫ୍ୟୁ । ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା  ସହ ସରକାରୀ କର୍ମଚାରୀମାନେ ମାସ୍କ ବାଧ୍ୟ୍ୟତା ମୂଳକ ଭାବେ ବ୍ୟବହାର କରିବା ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣ ଓ ବିବାହରେ ୧୦୦ ଜଣ ଲୋକ ସାମିଲ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.