fbpx

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ଆଜିଠାରୁ ହେବ ଲାଗୁ

ଅମୃତସର, ୧୨ା୩: ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଞ୍ଜାବର ଲୁଧିଆନା ଓ ପଟିଆଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଏହି ନିୟମ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଲୁଧିଆନା ଓ ପଟିଆଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଲୁଧିଆନାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଏହି ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୫୭୬ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୨ ହଜାର ୭୯୩ରେ ପହଞ୍ଚିଛି । ସେହିପରି ପଟିଆଲାରେ ଗତକାଲି ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୮୭ରେ ପହଞ୍ଚିଛି ଓ ମୋଟ ମୃତ୍ୟୁସଂଖ୍ୟା ୫୨୬ରେ ପହଞ୍ଚିଛି ।

Get real time updates directly on you device, subscribe now.